-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
15-Dec-2021
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି । ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଆମେ ଗୁରୁତ୍ୱ ଦେଉଛୁ । ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଜିନମ ସିକ୍ୟୁଏନସିଂ କରାଯାଉଛି ଟୀକାକୁ ଆମେ ଗୁରୁତ୍ୱ ଦେଉଛୁ । ଶୀଘ୍ର ଟୀକାକରଣ ପାଇଁ ଆମର କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆର୍ଟ ରିକ୍ସ ଦେଶରୁ ଯେଉଁମାନେ ଆସୁଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଚଳାଇଛି । ଏହି ଭ୍ୟାରିୟାଣ୍ଟ ଅଧିକ ଘାତକ ହେଉ କି ନ ହେଉ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି l