-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
09-Dec-2021
କର୍ଲାମୁଣ୍ଡା, (ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କ ର୍ଲା ମୁଣ୍ଡା ବ୍ଲକ ର ଜୋରାଡବରା ପଞ୍ଚାୟତ ସିଲେଟପଡା ପଡା ଠାରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧୀୟ ସଚେତନ ସୃଷ୍ଟି ପାଇଁ ଗ୍ରାମ ସ୍ତରୀୟ ସଚେତନ ଅଭିଯାନ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗ୍ରାମ ପଞ୍ଚାୟତ ଫେଡେରେସନ ଲିଡ଼ର ସୁରୁଚି ସାହୁ,ବୈଦେହୀ ସାହୁ ଓ ଅଙ୍ଗନୱଡ଼ି କର୍ମୀ ସରସ୍ବତୀ ସୁନା ଙ୍କ ନେତୃତ୍ୱରେ ଗାଁ ଆଠଟି ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରାୟ ୪୦ ଜଣ ସଭ୍ୟା ଯୋଗ ଦେଇ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ।ତେବେ ବ୍ଲକ ର ସମସ୍ତ ଗାଁ ରେ ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଗ୍ରାମ ପଞ୍ଚାୟତ ଫେଡରେସନ ଲିଡ଼ର ମାନଙ୍କ ନେତୃତ୍ୱରେ ଗ୍ରାମ ସ୍ତରୀୟ ସଚେତନ ଅଭିଯାନ ଚାଲୁ ଥିବା କର୍ଲାମୁଣ୍ଡା ବ୍ଲକ ମିଶନ ଶକ୍ତି ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ବିପିନ ବାରିକ ସୂଚନା ଦେଇଛନ୍ତି