-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
08-Dec-2021
ପଦ୍ମପୁର:-ପଦ୍ମପୁର ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ତାଙ୍କ ଦୁଃଖ ଜଣାଇଲେ lମହାମାରୀ କରୋନା ସମୟ ରେ ଅନେକ ଛାତ୍ରୀଙ୍କ ଅଭିଭାବକ ମାନେ ବିଭିନ୍ନ ସଂସ୍ଥାରେ ପେଟ ଚାଖଣ୍ଡକ ପାଇଁ ଚାକିରି ହରାଇ ଘରେ ଅଛନ୍ତି
ସେଇ ଦିନ ଠାରୁ ଆୟ ନ ହେବାରୁ ସେମାନେ ଚିନ୍ତାଗ୍ରସ୍ତ ଥିବା ସମୟ ରେ,ଏ ପଟେ ଯୁକ୍ତତିନି ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ପରୀକ୍ଷା ଫିଜ ବାବଦକୁ ଟଙ୍କାର ବ୍ୟାପକ ଅସୁବିଧା ଥିବା କାରଣରୁ ଫିଜ କୁ କମ କରିବା ସକାଶେ ଛାତ୍ରୀ ମାନେ ଉପଜିଲ୍ଲାପାଳ ଶ୍ରୀମାନ ତ୍ରିଲୋଚନ ପାତ୍ରଙ୍କୁ ଲିଖିତ ଭାବେ ଜଣାଇଛନ୍ତି lଏହାର ସୁବିଚାର କରିବାକୁ ଆକୁଳ ନିବେଦନ କରିଛନ୍ତି l