-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ବଲାଙ୍ଗିର, ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଦ୍ୱାଦଶ ଦିନରେ ନାଏକ କ୍ରିକେଟ ଏକାଡେମୀ ଓ ଏଫସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ଏଫସିସି ଦଳ ପ୍ରଥିମେ ବ୍ୟାଟିଂ କରି ସତ୍ୟଜିତ ସିଂହଦେଓ ଏବଂ କିସନ ନାଏକଙ୍କ ଘାତକ ବୋଲିଂର ସାମ୍ନା କରି ନପାରି ୨୭ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଜସବନ୍ତ ସିଂ ୨୫ ଓ ବାଦଲ ଖମାରୀ ୨୨ ରନ୍ ସଂଗ୍ରହ କରିଥିଲେ । ଏତତ୍ ବ୍ୟତିତ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ନାଏକ କ୍ରିକେଟ ଏକାଡେମୀ ଦଳ ତରଫରୁ କିସନ ନାଏକ ସର୍ବାଧିକ ୫ଗୋଟି ଉଇକେଟ୍, ସତ୍ୟଜିତ ସିଂହଦେଓ ୩ ଓ ଇସାନ ଦାସ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ନାଏକ ଏକାଡେମୀ ଦଳ ୧୬.୫ ଓଭରରେ ୨ ଉଇକେଟ ବିନିମୟରେ ଆବଶ୍ୟକ ୭୯ ରନ୍ ସଂଗ୍ରହ କରି ୮ ଉଇକେଟ ରେ ବିଜୟୀ ହୋଇଥିଲେ । ଆଜିର ମ୍ୟାଚରେ କିସନ ନାଏକ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ । ଆଜିର ଏହି ମ୍ୟାଚକୁ ରାଜେନ୍ଦ୍ର ସେଠ୍ ଓ ମୁକେଶ ସ୍ୱାଇଁ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍ ଓ ମେନୁଆଲ ସ୍କୋରର୍ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ ।