-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2021
ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରପାଲି ଗ୍ରାମ ଠାରେ ଜୟଭାରତ ଆଇକନ ହେଲଥକେୟାର ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ସ୍ବାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିଲେ ଏହା ସହିତ ସେଠାରେ ଏକ ଆୟୁର୍ବେଦିକ ସେଣ୍ଟର କୁ ଉଦଘାଟନ କରିଥିଲେ । ଡାକ୍ତର ଡମ୍ବରୁଧର ଦେବତା ସମସ୍ତ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ବରପାଲି ଭଳି ଏକ ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିବାରୁ ମୁଖ୍ୟ ଅତିଥି ଅତ୍ୟନ୍ତ ଖୁସି ଅନୁଭବ
କରିଥିଲେ ଓ ଆୟୋଜକ ଜୟଭାରତ ଆଇକନ ହେଲଥକେୟାର ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଥିଲେ l ଜୟଭାରତ ତରଫରୁ ରାଜ୍ୟ ପରାମର୍ଶଦାତା ଧର୍ମେନ୍ଦ୍ର ଦୀପ ଅନୁଷ୍ଠାନ ବିଷୟରେ ଲୋକଙ୍କୁ କହିବା ସହ ଆଗାମୀ ଦିନରେ ଅନେକ ଗୁଡ଼ିଏ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ । ସଞ୍ଜିବ କୁମାର ମେହେର ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସ୍ବାସ୍ଥ୍ୟ ପରୀକ୍ଷା ଶିବିର କୁ ଆଖପାଖ ଅଞ୍ଚଳର ବହୁ ରୋଗୀ ଆସି ମାଗଣା ଚିକିତ୍ସା ପରୀକ୍ଷା କରାଇଥିଲେ ।