-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2021
ବରଗଡ଼-ବରିଷ୍ଠ ସାମ୍ବାଦିକ ଏବଂ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ନାସିର ଖାଁଙ୍କ କନିଷ୍ଠ ଭ୍ରାତା ଶରିଫ ଖାଁ (ବୁଠି) ଙ୍କ ୪୧ ବର୍ଷ ବୟସରେ ନିଧନ ହୋଇ ଯାଇଛି l ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଚିପାଲି ଗ୍ରାମ ର ମୂଲ ବାସିନ୍ଦା ହେଇଥିବା ବେଳେ ବରଗଡ଼ ୱାର୍ଡ଼ ନଂ ୧୧ ନୂଆପଡ଼ା ପ୍ରାଇଭେଟ ବସଷ୍ଟାଣ୍ଡ ପଛ ପଟରେ ବଡ଼ ଭାଇ ନାସିର ଖାଁଙ୍କ ସହ ରହି ଆସୁଥିଲେ l ବିଗତ ୧୫ ଦିନ ଠାରୁ ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ବୁର୍ଲା ଭିମସାର ରେ ଚିକିତ୍ସିତ ହେଉଥିଲେ l ଆଜି ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରି ଥିଲେ l ଶରିଫ ଜଣେ ପରୋପକାରୀ, ସମାଜସେବୀ, ସହଯୋଗୀ ମନୋବୃତ୍ତି ର ସରଳ ବ୍ୟକ୍ତି ବିଶେଷ ଥିଲେ l ତାଙ୍କ ବିୟୋଗ ରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l ସେ ତାଙ୍କ ପଛରେ ନିଜ ସହଧର୍ମିଣୀ ଏବଂ ଦୁଇ ଗୋଟି ସନ୍ତାନ ଛାଡ଼ି ଯାଇଛନ୍ତି l ଆଜି ସଂଧ୍ୟା ସମୟରେ ବରଗଡ଼ କବର୍ ସ୍ଥାନ ଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇ ଯାଇଛି ବୋଲି ସାମ୍ବାଦିକ ନାସିର ଖାଁ ସୂଚନା ପ୍ରଦାନ କରିଛନ୍ତି l