-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2021
ନର୍ଲା (ସଞ୍ଜୀବ ଦାସ)
ସାରା ରାଜ୍ୟରେ ଚର୍ଚ୍ଚା ଭିତରେ ରହିଥିବା ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ଅଣଦେଖା କରିଥିବା ଅଭିଯୋଗ ସହ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କଂଗ୍ରେସର ଡାକରାରେ ନର୍ଲା ବ୍ଳକ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ମନ୍ତ୍ରୀଙ୍କ ବହିଷ୍କାର ଦାବିକୁ ନେଇ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ, କଳା ପତାକା ଦେଖାଇ ବିରୋଧ କରାଯାଉଛି। ଏଥିରେ ଶାସକ ବିଜେଡି ଚେଇଁ ଶୋଇବା ଅଭିନୟ କରୁଥିବା ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ କଳାହାଣ୍ଡିରେ ଏହି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ସକାଳ ୧୦ ଟା ରୁ ୧ ଘଟିକା ଯାଏଁ ଧାରଣା ସ୍ଥଳରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ସାହୁ, ନର୍ଲା ବ୍ଳକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ଉଚ୍ଛବ ସାହୁ ପ୍ରମୁଖ ଉପସ୍ଥିତ ରହି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଚାଷୀଙ୍କ ସମସ୍ୟା ନେଇ ଶାସକ ଦଳକୁ ଅଡୁଆରେ ପକାଇଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରି ଆସୁଛନ୍ତି ତେଣୁ ସରକାର ଏଥିରେ ସଂପୂର୍ଣ୍ଣ ଦାୟୀ ବୋଲି କଂଗ୍ରେସର ନେତାମାନେ ଖୁବ ବର୍ଷିଥିଲେ। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ନର୍ଲା ବ୍ଳକ କଂଗ୍ରେସ ଯୁବ ସଭାପତି ଦୀପୁ ପାତ୍ର, ସୁଦାମ ଚରଣ ପଧାନ, ତନୁ ମାଝୀ, ପିଣ୍ଟୁ ନାଗ, ବିକାଶ ପାତ୍ର, ହରି ନାୟକଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ।