-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ନିଖିଲ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ସାରା ଭାରତରେ ନଭେମ୍ବର ୧୪ତାରିଖ ଠାରୁ ନଭେମ୍ବର ୨୯ ତାରିଖ ମଧ୍ୟରେ 'ଜନ ଜାଗରଣ ' କାର୍ଯ୍ୟକ୍ରମ ଜାରି ରହିଛି l ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଳକ୍ କଂଗ୍ରେସ କମିଟି ତରଫରୁ ଯୋଗିସର୍ଡା ପଂଚାୟତ ର ଗୁର୍ଜିଭଟା ଗ୍ରାମରୁ ଯୋଗିସର୍ଡା ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସତାଧୀକ ପୁରୁଷ ମହିଳା କଂଗ୍ରେସ କର୍ମୀ ଯୋଗଦେଇ ଗ୍ରାମ ପରିକ୍ରମା କରି ଲୋକଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର
ସରକାରର ଦୁର୍ନୀତି ତଥା ବିଫଳତା ବିଷୟରେ ସଚେତନ କରାଗଲା l ବ୍ଳକ୍ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ବରେ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ପୂର୍ବତନ ଲୋଇସିଂହା ବ୍ଳକ୍ ଅଧ୍ୟକ୍ଷ ଟଙ୍କଧର ଗଡତ୍ଯା, ଜିଲ୍ଲା କଂଗ୍ରେସ ମହିଳା ସଭାପତି ମିଲନି ସାହୁ, ସରୋଜ ବିଶ୍ବାଳ, ନବକୀଶୋର ନାଏକ , ବିଜୟ ରଣା, ଶିବ ଅଗ୍ରୱାଳ, ଭାଗବତିଆ ଭୋଇ, ସତ୍ୟଜୀତ ବାଗ ସମେତ ଶତାଧିକ କଂଗ୍ରେସକର୍ମୀ ଯୋଗ ଦେଇଥିଲେ