-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2021
ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତିବୃଦ୍ଧି ହେଉଛି । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପ୍ରତି ଆକୃଷ୍ଟ ହୋଇ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଜନହିତକର କାମକୁ ନଜର ଦେଇ ପାଟଣାଗଡ ବ୍ଲକ ଡାଙ୍ଗବାହାଲ ପଂଚାୟତର ସରପଞ୍ଚଙ୍କ ସ୍ୱାମୀ ରତିକାନ୍ତ ଭୋଇ, ନାୟବ ସରପଞ୍ଚ ଚନ୍ଦ୍ରକାନ୍ତ ବିଶ୍ୱାଳ ବିଜେପି ଛାଡି ବିଜେଡିରେ ବିଧାୟକଙ୍କ ଉପସ୍ଥିତରେ ଯୋଗଦାନ କରିଛନ୍ତି l ସେଇ ପଂଚାୟତର ଯୁବନେତା ଆଲୋକ
କୁମାର ପାଣିଗ୍ରାହୀଙ୍କ ମଧ୍ୟ ଘରବାହୁଡା଼ ହେଲା l ପୂର୍ବରୁ ସେ ବିଜେଡି ବ୍ଲକ ସଭାପତି, ଯୁବ ମୋର୍ଚ୍ଚା ବ୍ଲକ ସଭାପତି ବିଜେଡି ର ଥିଲେ lତାଙ୍କ ସ୍ତ୍ରୀ ବିଜେଡି ରୁ ୨୦୧୭ ରେ ଯ଼ୋନ ୧୪ ଜିଲ୍ଲା ପରିଷଦ ପ୍ରାଥୀ ଥିଲେ କିଛି କାରଣ ବଶତଃ ୨୦୧୯ ନିର୍ବାଚନ ପରେ ବିଜେଡି ଛାଡି ଶ୍ରୀ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇ ଥିଲେ l ବର୍ଷେ ପୂର୍ବରୁ ବିଜେପି ଛାଡି କିଛିଦିନର ନୀରବତା ପରେ ବିଜେଡିକୁ ଘର ବାହୁଡା଼ ହୋଇଛି. ଏଇ ଯୋଗଦାନ ଶିବିର ରେ ୫୦ଜଣ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ l ଆଜି ସମସ୍ତଙ୍କୁ ବିଧାୟକ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ. କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ସିମାଞ୍ଚଳ ପଧାନ, ଗୋବିନ୍ଦ ମେହେର, ଅରକ୍ଷିତ ଡାନସେନା, ପବନ ବାରିକ, ବିଭୁତି ସାହୁ ଆଦି ଯୋଗ ଦେଇଥିଲେ l