-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
26-Nov-2021
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ) : ଚଣ୍ଡିଗଡ ଠାରେ ଅନୁଷ୍ଠିତ ଜାତୀୟ ସବ୍ ଜୁନିଅର ଜୁଡୋ ପ୍ରତିଯୋଗୀତାରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ସମ୍ବଲପୁର ସହର ଗୋବିନ୍ଦତୋଳାର ଉଦୀୟମାନ ଯୁବ ପ୍ରତିଭା ଇଶାନ୍ କୁମାର ପ୍ରଧାନଙ୍କୁ ଆଜି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା I ଜ଼ିଲ୍ଲାପାଳ ଶୁଭମ ସକ୍ସେସେନା ଓ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଵି. ଗଙ୍ଗାଧର ଇଶାନ୍ ଙ୍କୁ ସମର୍ଦ୍ଧିତ କରିଥିଲେ I ଜ଼ିଲ୍ଲାପାଳଙ୍କ କାର୍ଯାଳୟରେ ସମ୍ବର୍ଦ୍ଧନା ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ଉମାକାନ୍ତ ରାଜ, ଅବସରପ୍ରାପ୍ତ ଜ଼ିଲ୍ଲା କ୍ରୀଡା ଅଧିକାରୀ ଉପେନ୍ଦ୍ର ନାରାୟଣ ଶତପଥି, ସାଓଲିନ କୁଙ୍ଗଫୁ ଆସୋସିଏସନର ପିଡି ଲଷ୍ମଣ ମେହେର, ଇଶାନ୍ ଙ୍କ ପିତା ଜିତେନ୍ଦ୍ର କୁମାର ପ୍ରଧାନ,ମାତା ସଂଗୀତା ପ୍ରଧାନ ଉପସ୍ଥିତ ଥିଲେ I