-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ବିଜେପୁର/ପଦ୍ମପୁର:-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପଢ଼ିବା ନିମନ୍ତେ ଶ୍ରେଣୀ କୋଠରୀ ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ୧୮ ମାସ କରୋନା କଟକଣା ପରେ ବିଦ୍ୟାଳୟ ଗୁଡ଼ିକ ଖୋଲିଛି ତେଣୁ ବର୍ତ୍ତମାନ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପଢିବାକୁ ଆସୁଛନ୍ତି l ଯୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ଏହି ତିନୋଟି ଶ୍ରେଣୀରେ ସର୍ବମୋଟ ୧୨୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚମ ଡନସନା କହିଛନ୍ତି l ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଅନୁପାତ ଅନୁଯାୟୀ ୧୨୧ ଜଣ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ୪ ଜଣ ଶିକ୍ଷକ ଆବଶ୍ୟକ କିନ୍ତୁ ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଅଛନ୍ତି ଅତିରିକ୍ତ ଜଣେ କ୍ରୀଡ଼ା ଶିକ୍ଷକ ଅଛନ୍ତି l ଏହାଛଡା ଏହି ବିଦ୍ୟାଳୟରେ ଅଫିସ କୋଠରୀ ମଧ୍ୟ ନାହିଁ ଯାହାଯୋଗୁଁ ଅଫିସ ସାମଗ୍ରୀ ରଖି ପିଲାମାନଙ୍କୁ ବିପଦଜନକ
ଭାବରେ ପାଠ ପଢ଼ୁଛନ୍ତି ହେଲେମଧ୍ୟ ଏତିକିରେ ଦୁଃଖ ସରୁନାହିଁ ଅନ୍ୟାନ୍ୟ ପିଲାମାନେ ବାରଣ୍ଡାରେ ତଥା ଗଛମୂଳେ ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି l ଏଠାରେ ସୂଚନାଯୋଗ୍ୟ ଯେ ଏହି ଗୋଟିଏ ପରିସରରେ ଥିବା ପଞ୍ଚାୟତ ହାଇସ୍କୁଲ ଯୋଖିପାଲି କୁ ରାଜ୍ୟ ସରକାରଙ୍କ ତରଫରୁ 5T ସ୍କୁଲ ରୂପାନ୍ତରଣ କରାଯାଇଛି ସେଠାରେ ପିଲାମାନେ ଉଚ୍ଚସ୍ତରୀୟ ବାତାବରଣରେ ପଢୁଛନ୍ତି ଯାହାକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଶ୍ଚିତ ଭାବରେ ହତାଶ କରୁଛି l ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ମଧ୍ୟ 5T ରୂପାନ୍ତରଣରେ ସାମିଲ କରୁଥିବାରୁ ଯୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି