-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Nov-2021
ସାଲେପୁର : (ଦୀପକ କୁମାର ଷଡଙ୍ଗୀ)
କେନାଲ ପୋଲ ଉପରେ ୧୦ ଫୁଟର ଗର୍ତ୍ତ । ଏହା ଦେଖି ଲୋକେ ଭୟଭୀତ । ଏଭଳି ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । ସାଲେପୁର ବାହାରପଡାଠାରେ ଥିବା କେନ୍ଦ୍ରାପଡା କେନାଲରୁ ଶାଖା କେନାଲକୁ ସଂଯୋଗ କରୁଥିବା ପୋଲରେ ଗର୍ତ୍ତ ସୃଷ୍ଟି ହୋଇଛି ।
ଏହି ପୋଲ ଉପରେ ବାହାରପଡା ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ପୋଲ ଉପରେ ୧୦ଫୁଟର ଗର୍ତ୍ତ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଯାତାୟାତ କରିବାକୁ ଭୟ କରୁଛନ୍ତି ।
ଲୋକେ ବର୍ତ୍ତମାନ ମୁଖ୍ୟ ରାସ୍ତାକୁ ଯିବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଗାଁକୁ ଚାରିଚକିଆ ଯାନ ଆସିପାରୁନି । ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ଦାବି ।