-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Nov-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ଦିନ 11.30 ରେ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଭୂ ଶ୍ରୀ ଅରବିନ୍ଦଙ୍କ 150ତମ ଜନ୍ମ ବାର୍ଷିକର ଶୁଭ ଉଦଘାଟନ ହୋଇଯାଇଛି ।ବିଦ୍ୟାଳୟ ପରିଚାଳନା କମିଟୀର ଚ୍ୟାରମେନ ଡ. ଜ୍ୟୋତି ରଂଜନ ବହିଦାରଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା । ଏଥିରେ ଜିଲ୍ଲା ସଂଯୋଜକ ଶ୍ରୀ ମଦନ ମୋହନ ଦାନୀ , ବରିଷ୍ଠ ସଭ୍ୟ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରଓ୍ବାଲ , ବରିଷ୍ଠ ସଭ୍ୟ ଶ୍ରୀ ହରିନାରାୟଣ ତ୍ରିପାଠୀ ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା ମା ଶ୍ରୀ ଅରବିନ୍ଦଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରୀ ଭୋଗସ୍ମୀତା ତାଣ୍ଡୀ, ରୀମା ପ୍ରଧାନ ଓ ସ୍ନେହା ପାଣିଗ୍ରାହୀ ଶ୍ରୀ ଅରବିନ୍ଦଙ୍କ ଜୀବନ ଉପରେ ବକ୍ତବ୍ୟ ରଖିଥିଲେ ।ଅଧ୍ୟାପକ ଚିନ୍ମୟାନନ୍ଦ ପାତ୍ର ଏବଂ ଅଧ୍ୟାପିକା ତ୍ରୀବେଣୀ ଅଗ୍ରଓ୍ବାଲ ଶ୍ରୀ
ଅରବିନ୍ଦଙ୍କ ଦର୍ଶନ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡ. କିରଣବାଳା ଦାସ ପାଠଚକ୍ର ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲିଖିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିଠୁ ଅଗଷ୍ଟ 15 , 2022 ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଅନୁଷ୍ଠାନରେ ପାଳନ କରାଯିବାର ପ୍ରସ୍ତାବ ଗୃହିତ ହୋଇଛି ।ସଭାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧିଜିବୀ ଯୋଗଦେଇଥିଲେ ।ଏହି ସଭାରେ ଅଣ ଶିକ୍ଷକ କର୍ମଚାରୀ ସୁନୀଲ କୁମାର ମିଶ୍ର ଓ ବାବୁଲାଲ ନାଏକ ସହଯୋଗ କରିଥିଲେ ।