-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ଠାରେ ଜୟ ମା ଗ୍ରାମଦେବୀ ଫୁଟବଲ ଟୁର୍ନାମେଣ୍ଟ ଆୟୋଜକ ରୟାଲ ଷ୍ଟାର ମାଣ୍ଡିଆପଦର ଠାରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚକୁ ଶୁଭାରମ୍ଭ କରିଥିଲେ ଲୋଇସିଂହା ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସମିତିସଭ୍ୟ କୁନା ଭୋଇ ଯାଦବ l ଉକ୍ତ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଓ ସମ୍ମାନିତ ଅତିଥିଭାବେ ସକମା ପଂଚାୟତ ଫାସଡ଼ ଗ୍ରାମର ସମାଜସେବୀ ଶ୍ରୀଯୁକ୍ତ କଳାକାନ୍ହୁ ନାଗ ଉପସ୍ଥିତ ଥିଲେ l ଫାଇନାଲ ମ୍ୟାଚ ଲୋଇସିଂହା ଏବଂ ତେନ୍ତୁଳୀଖୁଣ୍ଟି ମଧ୍ୟରେ ହୋଇଥିବା ବେଳେ ତେନ୍ତୁଳୀଖୁଣ୍ଟି ବିଜେତା ଘୋଷିତ ହେଲା ଓ ଉଭୟ ଦଳର ଖେଳାଳିଙ୍କୁ ଏବଂ ଦର୍ଶକଙ୍କୁ ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଉତ୍ସାହିତ କରିଥିଲେ l ଖେଳକୁ ଦେଖିବା ଲାଗି ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ଜମିଥିଲା l