-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ବ୍ରିସ୍କା ଶିକ୍ଷାନୁଷ୍ଠାନ ପରିସରରେ ରେ ଶିଶୁ ଦିବସ ଏବଂ ନୂତନ ନାମ ଲେଖାଇଥିବା +୨ ବିଜ୍ଞାନ ଏବଂ କଳା ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ପାଳିତ କରିଛନ୍ତି l ମୁଖ୍ୟ ଅତିଥି ସମ୍ମାନନୀୟ ଚିତ୍ର ଶିଳ୍ପୀ ଶ୍ରୀଯୁକ୍ତ ଦିଲୀପ ସିଂହ ଦେଓ, ସମ୍ମାନିତ ଅତିଥି ଶ୍ରିପଦା ଶଢ଼ଙ୍ଗି, ସମାଜ ସେବୀ ପ୍ରଶାନ୍ତ ମହାକୁର, କୋଶଳୀ କବି ଅର୍ଜୁନ ସାହୁ, ଆଦର୍ଶ ଶିକ୍ଷକ ରଣଜିତ୍ ମିଶ୍ର, ନବଘନ ଦାସ, ସ୍ବପ୍ନl ରାଣୀ ମିଶ୍ର, ମଧୁସ୍ମିତା ପୋଢ଼, ଶୁଭମ୍ ବିଶ୍ଵାଳ, ଓଲିବର୍ ପ୍ରଧାନ, ଅଶ୍ଵିନୀ, ବିଶ୍ୱଜିତ୍ ପଣ୍ଡା, ଏ କେପି ସାର, ଧୀରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଯୁବକଳାକାର ଜ୍ୟୋତିରଂଜନ ପାଣିଗ୍ରାହୀ ଙ୍କ ସ୍ମୃତି ରେ ଏହି ଅନୁଷ୍ଠାନ ଅନେକ ଅସହାୟ ନିଷ୍ପେସିତ ଙ୍କ ଶିକ୍ଷା ଏବଂ କଳା ର ଆଲୋକ ବର୍ତ୍ତିକା ସାଜିବl ସହ ଉଚ୍ଚ ଗୁଣାତ୍ମକ ମାନର ଶିକ୍ଷା ଦିଆଯାଉଥିବା ଉପରେ ବ୍ରିସ୍କା ମୁଖ୍ୟ ସଂଗୀତା ଦାସ କହିଥିଲେ । ରିତିକା ଏବଂ ସାଥୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ଜୟକୃଷ୍ଣ ମିଶ୍ର ପରିଚାଳନା କରିଥିଲେ ଏବଂ ସ୍ମୃତି ଧନ୍ୟବାଦ୍ ଜଣାଇଥିଲେ ।