-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
ବଲାଙ୍ଗିର, ମଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ । ବଲାଙ୍ଗୀର ଟ୍ରାଫିକ କନଷ୍ଟେବଲକୁ ମାଡ ମାରିବା ସହିତ ଟାଉନ ଥାନାର ଅଶ୍ଳୀଳ ଭାଷା ଗାଳିଗୁଲଜ କରିବା ସହ ପୋଲିସ ସାମ୍ନାରେ ହଂଗାମା କଲେ ଯୁବତୀ । କଚେରୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଲ ଅମୀୟ ପଟେଲଙ୍କୁ ହଠାତ ଜଣେ ମଦ୍ୟପ ଯୁବତୀ ଆସି ଆକ୍ରମଣ କରିଥିଲେ । ଯାହା ଇଛା ତାହା କହି ଚପଲରେ ପିଟିଥିଲେ । ତାପରେ ପୋଲିସ ଟିମ କାଵୁ କରି ଟାଉନ ଥାନା ସାମ୍ନାକୁ ଆଣିଥିଲେ । ବଲାଙ୍ଗୀର
ଟାଉନ ଥାନା ସାମ୍ନାରେ ଯୁବତୀ ଜଣକ ହଠାତ ଉଲ୍ଲଗ୍ନ ହୋଇ ପୋଲିସକୁ ଗାଲିଗୁଲଜ କରିଥିଲେ । ବହୁ କଷ୍ଟରେ ପୋଲିସ ଟିମ ଯୁବତୀ ଜଣକୁ କାବୁ କରିବା ପରେ ଥାନା ଭିତରେ କିଛି ସମୟ ରଖିଥିଲେ । ତଦନ୍ତରୁ ଯୁବତୀଙ୍କ ନାମ ସାବିତ୍ରୀ ମାଇଚି ବୋଲି ଜଣାପଡିଛି ॥ ଯୁବତୀ ଜଣକ ପଶ୍ଚିମବଂଗର ହୋଇଥିବା ବେଲେ, ଦିୁର୍ଘଦିନ ହେଲା ଭୁବନେଶ୍ୱରରେ ରହୁଥିବା ଅନୂମାନ କରାଯାଉଛି । ଦେହ ବ୍ୟବସାୟ ପାଇଁ କେହି ବଲାଙ୍ଗିରକୁ ଡାକି ମଦ ପିଆଇ ଛାଡିଦେଇଥିବା ଚର୍ଚ୍ଚା ଜୋର ହେଉଛି । ଯୁବତୀ ଜଣକ ଭୂବନେଶ୍ୱର ଯିବାକୁ କହୁଥିବାରୁ, ତାକୁ ସେଠାକୁ ପଠାଇବା ପାଇଁ ପୋଲିସ ଉଦ୍ୟମ ଜାରୀ ରଖି ଶେଷ ମୁହର୍ତ ରେ ଭୁବନେଶ୍ବର ପଠାଇବା ରେ ସଫଳ ହୋଇ ଥିଲା।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)