-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
05-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) କୋଭିଡ କଟକଣା ଯୋଗୁଁ ବନ୍ଦ ହୋଇଥିବା ସ୍କୁଲର ପାଠ ପଡୁଆ ପିଲାମାନେ ଏକତ୍ରିତ ହୋଇ ଜଗତର କଲ୍ୟାଣ ପାଇଁ ହାତରେ ଦୀପ ଧରି ଭଗବାନଙ୍କୁ ପ୍ରାର୍ଥନା କରି ଦୀପାବଳି ପାଳନ କରିଥିବା ଦେଖିବାକୁ ମିଳିଥିଲା ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମରେ
l ଅମାବାସ୍ୟା ସନ୍ଧ୍ୟାରେ ସମସ୍ତଙ୍କ ଘରେ ଜଳୁଥିଲା ଦୀପ l ମାଁ ଧନଦାତ୍ରି ଲକ୍ଷ୍ମୀଙ୍କୁ ଧୁମଧାମରେ ପୂଜାର୍ଚ୍ଚନା କରାଯାଇ ପ୍ରସାଦ ବଣ୍ଟନ କରାଯାଇଥିଲା l ପରେ ସମସ୍ତେ ଏକାଠି ହୋଇ ଝିର୍ଝିରି,କୁପୀ,ଚକ୍ରୀ,ରକେଟ ଆଦି ଜଳାଇ ଆଲୋକର ପର୍ବ ଦୀପାବଳିର ମଜ୍ଜା ନେଇଥିଲେ l ଦୀପାବଳି ପାଇଁ ବିନିକା ସହର ସମେତ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ରଙ୍ଗ ବେରଙ୍ଗର ମହମବତୀ,ଇଲେଟ୍ରିକ୍ ଲିଚୁ ବଳରେ ଝଲସି ଉଠିଥିଲା l ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଦୀପାବଳି ଉତ୍ସବ ମନାଇଥିଲେ l