-+91-9937148622 |
prerana_bgr@rediffmail.com |
Tuesday 21st July 2026 |
R.N.I. Regd No. ODIODI/2010/46693
Breaking News
04-Nov-2021
ବଲାଙ୍ଗୀର, (ପ୍ରେରଣା ଖବର): ବିଜେପି ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ଵରେ ମାଁ ପାଟଣେଶ୍ବରୀ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି,ବିଜେଡି ଶାସନରେ ମହିଳା ମାନେ ବିପଦରେ' କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବହୁଚର୍ଚ୍ଚିତ 'ମମିତା ମେହେର ହତ୍ୟାକାଣ୍ଡ' କୁ ଦୀର୍ଘ ୨୭ ଦିନ ହୋଇଯାଇଥିଲେ ସୁଦ୍ଧା ରାଜ୍ୟ
ସରକାର ନୀରବ । ତେଣୁ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ମମତା ଓ ତା ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟ ସରକାର ତଥା ଗୃହମନ୍ତ୍ରୀ କେପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ଶ୍ଳୋଗାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରଞ୍ଜିତ ପାଣିଗ୍ରାହୀ, ସଞ୍ଜୁ ନାଏକ, ଆରତୀ ଗୁରୁ, ସରିତା ଯୋଷୀ, ସୌଦାମିନି ମିଶ୍ର, ବାସନ୍ତୀ ଜେନା, ଫିରୋଜା ବିବି, ଅନୁଛାୟା ବାବୁ, କଲ୍ୟାଣୀ ଆଡବାଙ୍କ, ଗାୟତ୍ରୀ, ନିଲାଦ୍ରୀ, ସତ୍ୟବତୀ, ବର୍ଷା, ଲଳିତ ଶର୍ମା, ଧର୍ମେନ୍ଦ୍ର ଅଗ୍ରୱାଲ ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l