-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
03-Nov-2021
ବରଗଡ଼(ନିରଞ୍ଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ସାରା ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏଁ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ବେଳେ ବରଗଡ଼ ସହର ଓ ଅନ୍ୟ ବ୍ଳକ ମାନଙ୍କରେ ନିଶା କାରବାର ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଯୁବକ ମାନେ ମୁଖ୍ୟତଃ ନିଶା ଟାବଲେଟ, ଇଞ୍ଜେକସନ,କଫସିରପ୍ ସେବନ ରେ ଗ୍ରାସ ହୋଇ ନିଜ ଜୀବନକୁ ଖରାପ କରିବା ସହ ପରିବାର ଓ ସମାଜ ଉପରେ ବିପଦ ସୃଷ୍ଟି କରୁଛନ୍ତି । ଏପରିକି ଗତକାଲି ବରଗଡ ପୋଲିସ ମଧ୍ୟ ଏହାର ଆକ୍ରୋଶ ର ଶିକାର ହେଇଛନ୍ତି । ତେଣୁ ଏହି ବ୍ୟାଧି କୁ ନିରାକରଣ କରିବା ପାଇଁ ଏକ ମିଳିତ ଉଦ୍ୟମ ଆବଶ୍ୟକ ଥିବାବେଳେ ଯେଉଁମାନେ ଏହି ନିଶା କାରବାର ରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆବାହକ ପବିତ୍ର ଦେହେରି, ରମେଶ ମହାପାତ୍ର, ସିବାନନ୍ଦ ମଟାରି, ଭବାନୀ ସାହୁ, ମରିୟମ ବାର୍ଳା ମାନେ ଏହି ଅତିରିକ୍ତ ଏସ୍. ପି ଙ୍କୁ ଭେଟିଛନ୍ତି ।