-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
02-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ବେଶିକ ନିଡ୍ଡ ଇଣ୍ଡିଆ ବାଙ୍ଗାଲୋର ସହାୟତାରେ ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା କଲ୍ୟାଣ ମଣ୍ଡପ ଠାରେ ପୂର୍ବରୁ ଚିହ୍ନଟ ହୋଇଥିବା ୧୦ଟି ପଞ୍ଚାୟତର ୬୫ଜଣ ମାନସିକ ରୋଗୀଙ୍କ ସ୍ବାସ୍ଥ୍ୟ ଚିକିତ୍ସା କରାଯାଇଥିଲା l ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ମନରୋଗ ବିଶେଷଜ୍ଞ ତଥା ସହକାରୀ ପ୍ରଫେସର ଡ ଅନନ୍ତ ଚରଣ ମେହେର ଯୋଗଦେଇ ସେମାନଙ୍କ ଚିକିତ୍ସା କରିବା ସହ ନିୟମିତ ଭାବେ ଯତ୍ନଦାତା ମାନେ ସେବା ଦେବା ପାଇଁ ପରାମର୍ଶ ଦେଇଥିଲେ l ଏହା ପୂର୍ବରୁ ମାନସିକ ବ୍ୟକ୍ତିଙ୍କ ଅଭିଭାକ କ ଙ୍କୁ ନେଇ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ ବିଶ୍ବମ୍ବର ସାହୁ,ମିତ୍ରଭାନୁ ମଲ୍ଲିକ,ଧନୁର୍ଧର ନାଏକ ପ୍ରମୁଖ ମାନସିକ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ସେବନ ଉପରେ ସୂଚନା ଦେଇଥିଲେ l ରେଆର ପରାମର୍ଶଦାତ୍ରି ତୃପ୍ତିମୟି ପ୍ରଧାନ ମାନସିକ ବ୍ୟକ୍ତିମାନେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଭାଗିଦାରୀତା ଉପରେ କହିଥିଲେ l ପ୍ରକଳ୍ପ ପରିଚାଳିତ ଅଞ୍ଚଳର ସ୍ବେଚ୍ଛାସେବୀ ଯୋଗଦେଇ ଶିବିର କୁ ସହଯୋଗ କରିଥିଲେ l