-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ସଇଁତଳା(ପ୍ରେରଣା ଖବର)-ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ତରଫରୁ ସଇଁନ୍ତଲା ବ୍ଲକର କୁଇକେଡା ଠାରେ ମମିତା ମେହେରଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କୋଷାଧ୍ୟକ୍ଷା ସାବିତ୍ରୀ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ପଶ୍ଚିମ ଓଡିଶା ମହିଳା ସଂଗଠନର ସଦସ୍ୟାଗଣ ଉପସ୍ଥତ ଥିଲେ । ପ୍ରଥମେ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇ ସଇତାନର ହାତରେ ଜିବନ ଦେଲେ ମମିତା ମେହେର । ସେ ସବୁ ଦିନ ପାଇଁ ମହିଳା ସମାଜ ପାଇଁ ଅମର ହୋଇ ରହିବେ । ତାଙ୍କର ଏ ନିର୍ଭିକତା, ସାହସିକତା କୁ ଆଜିର ମହିଳା ସମାଜ ଅନୁକରଣ କରିବା ଉଚିତ । ନିଜ ପାଇଁ ନିଜେ ଲଢେଇ କରିବା ପାଇଁ ଆଗଭର ହେବା କଥା । ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଥିଲା । ନାରୀ କର୍ମକ୍ଷେତ୍ରରେ ଘରେ କୌଣସି ସ୍ଥାନରେ ସୁରକ୍ଷିତ ନୁହେଁ । ଏହା ସମାଜର ଅଧୋଗତି କାରଣ ହୋଇପାରେ । ଶ୍ରଦ୍ଧାଞ୍ଜଳି ସଭାରେ ଉଦ୍ବେଗ ପ୍ରକାଶ ପାଇଥିଲା । ମହିଳା ସମାଜକୁ ସୁରକ୍ଷା ଦେବା ପାଇଁ ସଂଗଠନର ସମସ୍ତ ସଦସ୍ୟା ପ୍ରତିଜ୍ଞା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଚୁମକି ତାଣ୍ଡି, ବିନୋଦିନୀ ତାଣ୍ଡି, ଦ୍ରୋପଦି ବାଗ, ଉର୍ମିଳା ମହାନନ୍ଦ, ବେନ୍ଦଲା ତାଣ୍ଡି, ବିଜୟା ତାଣ୍ଡି, ମାଳତି ବାଗ, ଆଲ୍ଲାଦିନୀ ମହାନନ୍ଦ, ଫୁଲ ତାଣ୍ଡି, ଯାଜ୍ଞସିନୀ ତାଣ୍ଡି, ମୋନାଲିସା ତାଣ୍ଡି, ସତ୍ୟଭାମା ତାଣ୍ଡି, ଦେବକୀ ତାଣ୍ଡି, ପ୍ରେମଶିଳା ମହାନନ୍ଦ, ଅହଲ୍ୟା ତାଣ୍ଡି ସମେତ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।