-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ବୀରମହାରାଜପୁର, ( ବିନୋଦ ପାଣ୍ଡେ ) : କଲାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସମିତା ମେହର ଙ୍କ ସେହି ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁ ଦ୍ବାରା ଅପହରଣ ଓ ହତ୍ଯା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କର ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବି କରି ଆଜି ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନପାଳନ ହୋଇଛି । ସକାଳୁ ଯୁବ ମୋର୍ଚ୍ଚା ର କର୍ମୀ ମାନେ ମୁଖ୍ୟ ଛକ ଠାରେ ଉପସ୍ଥିତ ରହି ସରକାରବିରୋଧୀ ସ୍ଳୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ମାମଲାରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ବହିଷ୍କାର ଦାବି ଓ ଏହାର ନିରପେକ୍ଷ ସିବିଆଇ ତଦନ୍ତ କରିବା ସହ ମମିତା ଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ପ୍ରଦର୍ଶନ କରିଛନ୍ତି । ଜରୁରୀ ସେବାକୁ ବାଦ ଦେଲେ ସମସ୍ତ ଦୋକାନ ବଜାର ସହିତ ଗାଡି ଚାଳାଚଳ ଠବ ହୋଇଥିବା ବେଲେ ସରକାରୀ କାର୍ଯ୍ୟାଳୟ ସହ ସମସ୍ତ ପେଟ୍ରୋଲ ପମ୍ପ ମଧ୍ଯ ଦଳ ପକ୍ଷରୁ ବନ୍ଦ କରାଯାଇଥିଲା । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୋଇ, ଜିଲ୍ଲା ପରିଷଦ ସଭ୍ଯା
ଗାୟତ୍ରୀ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାସ, ରଘୁବୀର ପାଣିଗ୍ରାହୀ, ଜିଲ୍ଲା ଉପସଭାନେତ୍ରୀ ନଲନୀ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ଯକାରିଣୀ ସଦସ୍ଯ କିଶୋର ହୋତା, , ଗୌର ଜଗଧଳା, ଆଶ୍ରୟ ମହାନନ୍ଦ, ମଣ୍ଡଳ ସଭାପତି ହରିହର ପାତ୍ର ପ୍ରମୁଖ ସହ ଅନେକ କର୍ମୀ ସାମିଲ ଥିଲେ ।