-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :-ସୁବଲସାହୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଜେପୁର ବିଧାୟିକା ରୀତା ସାହୁ ଙ୍କ ସମେତ ଓଡ଼ିଶା ମୋ ପରିବାର ର ସଦସ୍ୟ ତଥା ବରଗଡ ଜିଲ୍ଲା ଜୀବନ ବିନ୍ଦୁ ର ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ lଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ
ବିଜେପୁର ନିର୍ବାଚନ ମଣ୍ଡଳୀ ର ବହୁ ହେବି ଓ୍ୱେଟ ନେତା ମାନଙ୍କ ସମାଗମ ସହିତ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପାର୍ବତୀ ଗିରି ଙ୍କ ନିଜ ନାତୁଣୀ ନିହାରିକା ଗିରି ଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥିଲା lଏହି ଫୁଟବଲ ପ୍ରତିଯୋଗିତା ରେ ବରଗଡ ଫୁଟବଲ ଆସୋସିଏସନ୍ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ
ଅତିଥି ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଠାରୁ ୩୧,୦୦୦ଟଙ୍କା ସମେତ କପ୍ ଗ୍ରହଣ କରିଥିବାବେଳେ, ଦ୍ୱିତୀୟ ସ୍ଥାନ ହାସଲ କରି ସୋନପୁର ଫୁଟବଲ ଦଳ ର ଅଧିନାୟକ ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ରୀତା ସାହୁ ଙ୍କ ଠାରୁ ୨୧.୦୦୦ ଟଙ୍କା ସମେତ ଟ୍ରଫି ପୁରସ୍କାର ଆକାର ରେ ଗ୍ରହଣ କରିଥିଲେ ବୋଲି ବରପାଲି ବ୍ଳକ ର ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ ଙ୍କ ଠାରୁ ପ୍ରକାଶ