-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
14-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ) ଆଜି ମହାନବମୀ ତିଥିରେ ଦୂର୍ଗତନାଶିନି ମାଁ ଦୁର୍ଗାଙ୍କ ଦର୍ଶନ ପାଇଁ ବିନିକା ସହରର ପୁରୁଣା ବସଷ୍ଟାଣ୍ଡ,ଦୈନନ୍ଦିନ ବଜାର,ଦଣ୍ଡସନା ପଡା,ଗଜପତି ନଗର ଆଦି ପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଦୁର୍ଗାପୂଜାରେ ପୂଜକ ଭାବେ ହରିଶ୍ଚନ୍ଦ୍ର ହୋତା,ଶଙ୍କର ପୂଜାରୀ,ପିତାମ୍ବର ପୂଜାରୀ ଦାୟିତ୍ଵ ତୁଲାଉଥିବା ବେଳେ ପୂଜାର ବିଭିନ୍ନ ଦିବସରେ ମୁଖ୍ୟ କର୍ତ୍ତା ଭାବେ ଚନ୍ଦ୍ର ଶେଖର ପାଣ୍ଡେ ଓ ତାଙ୍କ ଧର୍ମପତ୍ନୀ ଦୁହିତା ପାଣ୍ଡେ,ସୁଧାଂଶୁ ଶେଖର ପୁଟେଲ ଓ ତାଙ୍କ ଧର୍ମପତ୍ନୀ ସରୋଜିନୀ ପୁଟେଲ, ଘାସିରାମ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ,ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି l