-+91-9937148622 |
prerana_bgr@rediffmail.com |
Thursday 22nd October 2026 |
R.N.I. Regd No. ODIODI/2010/46693
Breaking News
14-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ବାବାଙ୍କ ପରିସରରେ ଥିବା ମାଁ ଚରଦେଇ ପୀଠରେ ଚାଲିଥିବା ନବରାତ୍ର ପୂଜା ଅବସରର ଆଜି ଅଷ୍ଟମୀ ସନ୍ଧ୍ୟାରେ ମାଁ ଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ଜଗତଜନନୀ ମାଁ ଦୁର୍ଗାଙ୍କ ଦର୍ଶନ ଯୋଗୁଁ ଦେହରେ ଶତସିଂହର ବଳ ଆପେ ଆପେ ଆସିଥାଏ,ଜଗତ ଉଦ୍ଧାର ହୁଏ,ଅନ୍ୟାୟ,ଅତ୍ୟାଚାର ବିଲୁପ୍ତ ଘଟିଥାଏ ଓ ଭକ୍ତର ମନସ୍କାମନା ପୂରଣ ହୋଇଥlଏ ବୋଲି ବିଶ୍ୱାସ ରହିଥିବାରୁ ଆଜି ବହୁ ଶ୍ରଦ୍ଧାଳୁ ଭକ୍ତ କୋଭିଦ ନିୟମ ଅନୁଯାୟୀ ମାଁ ଙ୍କ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା lମୁଖ୍ୟ ପୂଜକ ଭାବେ ମକୁନ୍ଦ ପୁରୋହିତ ଓ ରମେଶ ପୁରୋହିତ,ପୂଜକ ପ୍ରଫୁଲ୍ଲ ଥନାପତି ଦାୟିତ୍ୟ ତୁଲାଇଥିବା ବେଳେ ଟ୍ରଷ୍ଟବୋର୍ଡ଼ ସଭାପତି ଅଶୋକ କୁମାର ପୃଷ୍ଟି ଓ କମିଟି ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l