-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
22-Sep-2021
କଳାହାଣ୍ଡି
କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମିଳିତ ଆନୁକୁଲ୍ୟରେଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଟି ର ମହିଳା ଓ ଯୁବତୀ ମାନଙ୍କୁ ନିଜେ ସ୍ୱାବଳିମ୍ବି ହେବାପାଇଁ ଛତୁଚାଷ ବିଷୟରେ ତାମିଲ ଶିବିର ସହ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ରହିଥିବା ବିଭିନ୍ନ ସବସିଡ଼ି ଋଣ ଯୋଜନା କୁ ନେଇ ଉପସ୍ଥିତ ରହିଥିବା ବ୍ୟାଙ୍କ କର୍ମଚାରୀ ମାନେ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ । ଏଠାରେ କୋକସରା ବିଡ଼ିଓ ଶ୍ରୀମତୀ ମନୀଷା ଦାସ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ଏହା ଏକ ପାହାଚ l
ଏଣୁ ସ୍ୱୟଂ ସହାୟକ ଗୋଷ୍ଟି ବା ଯୁବତୀ ମାନେ ତାଲିମ ନେବାପରେ ବ୍ୟାଙ୍କ ରୁ ଋଣ ନେଇ ଛତୁ ଚାଷ କରି ନିଜର ଆର୍ଥିକ ମାନଦଣ୍ଡ ସୃଦୃଢ କରିପାରିବେ ବୋଳି ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଙ୍କ ମଧ୍ୟରେ ନିଦ୍ଧେଶକ ଛବିଲ ଭୋଇ, ପ୍ରଶିକ୍ଷଣ ବିବେକାନନ୍ଦ ରଥ, ସହଯୋଗୀ ପ୍ରମୋଦ କୁମାର ଚୌଧୁରୀ, ବି ଏଲ୍ ଶି ସୁରେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।