-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2021
ଖୋର୍ଦ୍ଧା (ପ୍ରେରଣା ଖବର ବ୍ୟୁରୋ) ଚିଲିକା ବିଧାୟକଙ୍କ ଗିରଫ ଦାବୀ ରେ ଖୋର୍ଦ୍ଧା ଏସ.ପି ଙ୍କଅଫିସ ଆଗରେ ବିକ୍ଷୋଭ କଲା ବିଜେପି ଜନଜାତି ମୋର୍ଚ୍ଚା l ପ୍ରକାଶ ଯେ ଗତ ଆଠ ତାରିଖ ରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଥିଲା l ଏହା ସହ ସେହିସମୟରେ ଭିଡ଼ିଓ କରିଥିବା ସାମ୍ବାଦିକ ଵିବ୍ୟକାନ୍ତ ବେହେରାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡ଼େଇନେଇଥିବା ଅଭିଯୋଗ ହୋଇଥିଲା l ଏହିଘଟଣା କୁ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଓ ସାମ୍ବାଦିକ ପକ୍ଷରୁ ଦୁଇଟି ଏତଲା ପୃଥକ ପୃଥକ ଏତଲା ଦିଆଯାଇଥିଲା l ଏହାପରେ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ
ନବୀନ ପଟନାୟକ କାର୍ଯ୍ୟାନୁଷ୍ଠାନସ୍ୱରପ ବିଧାୟକଙ୍କୁ ତୁରନ୍ତ ଦଳରୁ ନୀଳମ୍ବନ କରିଥିଲେ l କିନ୍ତୁ ବିଧାୟକଙ୍କୁ ଗିରଫ କରାଜାଇନଥିବାରୁ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଭାରତୀୟ ଜନତା ଜନଜାତି ମୋର୍ଚ୍ଚାର ସହ ସହ ବିଜେପି କର୍ମୀଙ୍କ ସହିତ ବରିଷ୍ଠ ନେତୃମଣ୍ଡଳି ମାନେ ଖୋର୍ଦ୍ଧା ଏସ.ପି ଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ l