-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ : ଚାରି ଦିନ ର ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜ଼ିଲ୍ଲା ର ତରଭା ବ୍ଲକ ସମେତ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରେ ଶହ ଶହ ଏକର ଧନ ଚାଷ ଜମି ରେ ଚାରି ଫୁଟ ଉଚ୍ଚ ରେ ପାଣି ଲଗାତାର ଚାରି ପାଞ୍ଚ ଦିନ ଧରି ଜମି ରହିଥିବାରୁ ଧାନ ଅମଳ ପୂର୍ବରୁ ଏବେ ନଷ୍ଟ ହେବା କୁ ବସିଛି l କରୋନା ମହାମାରୀ ପରେ ଚାଷୀ କେବଳ ଚାଷ କୁ ହିଁ ଆପଣେଇ ଖୁବ ଆଶା ଭରସା ରେ ଥିବା ବେଳେ ଧାନ ପ୍ରସ୍ତୁତ ପୂର୍ବରୁ ଜମି ରେ ଏଭଳି କୁତ୍ରିମ ବନ୍ୟା ସମଗ୍ର ଜ଼ିଲ୍ଲା ର ଚାଷୀ କୁଳ କୁ ଏବେ ଖୁବ ଚିନ୍ତା ରେ ପକାଇଛି l ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ଙ୍କ ପ୍ରକୃତ କ୍ଷୟ କ୍ଷତି ର ଆକଳନ କରାଯାଇ ଚାଷୀଙ୍କୁ ଆର୍ଥିକ ସହାୟତା କରିବାକୁ ଦାବି ହୋଇଛି l