-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2021
ବିନିକା:(ହିମାଂଶୁ ଶେଖର ପୁଟେଲ) ଗତ ୪ଦିନଧରି ଅନବରତ ଭାବେ ରୋକିଥିବା ଲଘୁଚାପ ଜନିତ ବର୍ଷା ଛାଡ଼ି ଯାଇଛି ସିନା ହେଲେ ଚାଷୀଙ୍କ ଦୁଃଖ ବଡ଼ିଯାଇଛି l ବର୍ଷା ପାଣିରେ ଖାଲୁଆ ଚାଷଜମି ଜଳମଗ୍ନ ହୋଇଥିବାରୁ କେତେକ ସ୍ଥାନର ଧାନଗଛ କଲାରଙ୍ଗ ଭଳି କୂହି ଯାଇଥିବାରୁ ତାହା ସଲଖି ବ କି ନାହିଁ ସେହି ଚିନ୍ତାରେ ଚାଷୀ ଭାଙ୍ଗି ପଡ଼ିଛି l ଦେଖିବାକୁ ମିଳିଛି ବିନିକା-ସୋନପୁର ମୁଖ୍ୟ ରାସ୍ତା ପାର୍ଶ୍ବ ଏବଂ ସରସ୍ଵତୀ ଶିଶୁ ମନ୍ଦିର ରାସ୍ତାର କେତେକ ଚାଷ ଜମିରେ l ୩/୪ଦିନଧରି ବର୍ଷାପାଣି ରେ ଜଳମଗ୍ନ ହୋଇଥିବା ଚାଷଜମିରୁ ଜଳ ନିଷ୍କାସନ କରିବା ପାଇଁ ଚାଷୀ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛି l ତଥାପି ବି ଖାଲୁଆ ଜମିରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି କରୁଥିବାରୁ ଚାଷୀ କ୍ଷତିର ସମ୍ମୁଖୀନ ହେବ ଏଥିରେ ସନ୍ଦେହ ନାହିଁ l
ପୁଣି ୧୭ତାରିଖରେ ଲଘୁଚାପ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଚାଷୀଙ୍କ ପାଇଁ ଚିନ୍ତା ବଡ଼ିଯାଇଛି l ତେଣୁ ଜିଲ୍ଲା କୃଷି ବିଭାଗ ହେଉ ଅବା ରାଜସ୍ବ ବିଭାଗର ପଦାଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କଲେ ପ୍ରକୃତ କ୍ଷୟକ୍ଷତି ତଥ୍ୟ ଜାଣି ପାରନ୍ତେ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି l