-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
କଳାହାଣ୍ଡି: ନର୍ଲା( ସଞ୍ଜୀବ ଦାସ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ପଞ୍ଚାୟତ ସମିତି ହାଇସ୍କୁଲ, ନର୍ଲା ଓ ତୁଲାପଡା ଦାମୋଦର ଉଚ୍ଚ ବିଦ୍ୟାପୀଠ ପରିଦର୍ଶନ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ। ଉକ୍ତ ଦୁଇଟି ବିଦ୍ୟାଳୟକୁ ସରକାର ସ୍ମାର୍ଟ ସ୍କୁଲ ଘୋଷଣା କରିଥିବାରୁ ଏହାର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଏସବୁ କାର୍ଯ୍ୟର ସମୀକ୍ଷା କରିଥିଲେ ସଚିବ ସତ୍ୟବ୍ରତ ସାହୁ ଓ ଏହାର ଅଗ୍ରଗତି ସମ୍ପର୍କରେ ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ ଓ ତୁଲାପଡା ଠାରେ ପ୍ରଧାନ ଶିକ୍ଷକ ରମାକାନ୍ତ ଦାସଙ୍କୁ ପଚାରି ବୁଝିଥିଲେ।
ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ ଏମ୍ ଏସ ଏମ୍ ଇ ଉଦୟ ନାଥ ଦାଶ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୋମେସ ଉପାଧ୍ୟାୟ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ନର୍ଲା ବିଇଓ ତପିମଣୀ ଜାନୀ, ନର୍ଲା ବିଡ଼ିଓ ଯୁଧିଷ୍ଠିର ନାଏକ, ଏବିଇଓ ଜୟସେନ ନିଆଲ,ସିଡିପିଓ ନିବାସୀନି ବିଶ୍ଵାଳ ଓ ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ପ୍ରମୁଖ ଉପସ୍ଥିତ ଥିଲେ।