-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ବଲାଙ୍ଗୀର-(ପ୍ରେରଣା ଖବର ): ଗତ ରାତ୍ରି ରେ ଜଣେ ଅଜଣା ବ୍ୟକ୍ତି ଙ୍କୁ କେହି ପୋଡ଼ି ମାରି ଦେଇଥିବା ବେଳେ ବ୍ୟକ୍ତିଙ୍କର ଶରୀର ଜଳି ଯାଇଛି ଏବଂ ଗୋଡ଼ ଦୁଇଟି ଅପୋଡା ହୋଇ ରହି ଯାଇଛି । ଏହି ଘଟଣାଟି ଗୁଡଭେଲା ନିକଟସ୍ଥ ଯାମୁଟ କର୍ମିପଡ଼ା ଠାରେ ଥିବା ଏକ ନବ ନିର୍ମିତ ଘର ଭିତରେ ଘଟି ଯାଇଛି । ବ୍ୟକ୍ତି ଜଣକ କିଏ ଜଣାପଡି ନାହିଁ । ତୁଷୁରା ଏବଂ ଗୁଡ଼ଭେଲା ପୋଲିସ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛନ୍ତି ।ଖବର ସମ୍ପର୍କରେ ବୁଝିବା ପାଇଁ ଗୁଡଭେଳା ପୋଲିସ କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନ ଥିଲେ ।ସ୍ଥାନୀୟ ଲୋକଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରିବାରୁ ବିଶେଷ ସୂଚନା ମିଳିପାରିନାହିଁ ।