-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
12-Sep-2021
କେନ୍ଦ୍ରାପଡ଼ା (ଶିବପ୍ରସାଦ ସେନାପତି ):କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ୍ ଭାରିଗୋଳ ଗ୍ରାମରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଭାରିଗୋଳ ଯୁବକ ସଂଘ ଓ ରାୟ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ମୁଖ୍ୟଅତିଥି ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଉତ୍କଳ କେଶରୀ ପରିଡ଼ା । ଏହି ରକ୍ତଦାନ ଶିବିର ରେ ଅନେକ ରକ୍ତଦାତା ମାନଙ୍କୁ ଦେଖିବାକୁ ମିଳିଥିଲା ।ଏହି ରକ୍ତଦାନ ଶିବିରରେ 52 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି। ଏହି ରକ୍ତଦାନ ଶିବିରରେ ବିଜୁଜନତା ଦଳର ଯୁବ ସଭାପତି ଶ୍ରୀଯୁକ୍ତ ରାଜେଶ ଦାସ, ଆଇନଜୀବୀ ତଥା ବିଜୁ ମହିଳା ମୋର୍ଚ୍ଚାର ସମ୍ପାଦିକା ଶ୍ରୀମତୀ ମଧୁମତି ଅଗ୍ରୱାଲା, ବରିଷ୍ଟ ଶିକ୍ଷକ ଅନନ୍ତ କୁମାର
ପରିଡ଼ା,ବିଜନ ରାୟ,ଇ. ନଳିନୀ କାନ୍ତ ରଥ, ଅବସରପାପ୍ତ ଶିକ୍ଷକ ରଘନାଥ ମହାପାତ୍ର,ଅଧ୍ୟାପକ ପ୍ରଦୀପ୍ତ ଜେନା,ଯୁବ ସମାଜସେବୀ କବି ପ୍ରସାଦ ବାରିକ,ଯୁବ ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ, ସରପଞ୍ଚ ଦିଲ୍ଲିପ କୁମାର ନାୟକ, ସମିତି ସଭ୍ୟ ଅଜିତ ବିଶ୍ଵାଳ, ପରିକ୍ଷିତ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ସମସ୍ତ ରକ୍ତଦାତା ମାନଙ୍କୁ ଭାରିଗୋଳ ଯୁବକ ସଂଘ ଓ ରାୟ ଫାଉଣ୍ଡେସନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲା।