-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
12-Sep-2021
ସୁବର୍ଣ୍ଣପୁର(ମନୋରଞ୍ଜନ ଟ୍ରିପାଠୀ ): ଛାଡଖାଇରେ ଅଘଟଣ । ବେଆଇନ ଜନ୍ତୁ ଶିକାର ହେଲା କାଳ । ଅକାରଣରେ ଚାଲିଗଲା ଏକ ମୁଲ୍ୟବାନ ଜୀବନ । ବାରହା ଶିକାର କରିବାକୁ ଯାଇ ନିଜ ଜାଲରେ ନିଜେ ପଡିଗଲେ ଯୁବକ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଂଜ ଅନ୍ତର୍ଗତ କୋଟସମଲାଇ ଜଂଗଲରେ । ମୃତ ଯୁବକ ଜଣକ ହଲେ ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ । ବରାହ ଶିକିରା କରିବାକୁ ଯାଇ ନିଜେ ବିଛାଇଥିବା ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ଯୁବକ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଏହି ଦୁର୍ଘଟଣା ଘଟିଥିଲେବି ଆଜି ସକାଳୁ ଲୋକମାନେ ଜାଣିବାକୁ ପାଇଥିଲେ । ଖବର ପାଇ ଉଲୁଣ୍ଡା ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବୀରମହାରାଜପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଥିବା ଜଣାଯାଇଛି । ତେବେ ଘଟଣା ସ୍ଥଳରେ ଆଉ ହଳେ ଚପଲ ପଡିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ସହ ଆଉ କିଏ ଥିଲା ତାହା ତଦନ୍ତ ସାପେକ୍ଷ ବୋଲି ଚର୍ଚା ହେଉଛି ।