-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
09-Sep-2021
କୋଦଳା(ଉମା ମହାରଣା) : ବେଗୁନିଆପଡା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ଆଜି ସଂଗ୍ରାମ ଦେହୁରୀ ଯୋଗ ଦେଇଛନ୍ତି। ନୂତନ ଦାୟିତ୍ୱକୁ ନେଇ ଉତ୍ସାହିତ ଥିବା କହିଛନ୍ତି ଦେହୁରୀ । ସେ ଏହା ପୂର୍ବରୁ ରମ୍ଭା ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଦାୟିତ୍ୱ ଗ୍ରହଣ ପରେ ଅପରାଧିକ କାର୍ଯ୍ୟକଳାପ ତଥା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀଯୁକ୍ତ ଦେହୁରୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ବେଗୁନିଆପଡା ଫାଣ୍ଡିରେ କାର୍ଯ୍ୟରତ ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ହୁମା ଫାଣ୍ଡି ଅଧିକାରୀ ରୂପେ ବଦଳି କରାଯାଇଛି।