-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||     

HOME   ଜିଲ୍ଲା

ଓଡିଶା ଗ୍ରାମ ପଞ୍ଚାୟତ ପିଅନ,ରାତ୍ର ଜଗୁଆଳ ଓ ଝାଡୁଦାର ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜରୁରୀ କାଳୀନ ବୈଠକ

26-Aug-2021



ଗଞ୍ଜାମ, ପୁରୁଷୋତମପୁର(ଉମା ମହାରଣା): ଓଡିଶା ଗ୍ରାମ ପଞ୍ଚାୟତ ପିଅନ,ରାତ୍ର ଜଗୁଆଳ ଓ ଝାଡୁଦାର ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ମା'ତାରାତାରିଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି |  ବଂଶୀଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କୋଷାଧକ୍ଷ ଅରୂପା ନନ୍ଦ ଡାକୁଆ ଯୋଗ ଦେଇ ଗ୍ରାମ ପଞ୍ଚାୟତ ପିଅନ, ଝାଡୁଦାର ଓ ରାତ୍ର ଜଗୁଆଳଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ | ସକାଳ ୧୦ ଘ. ରୁ ଅପରାହ୍ନ ୫ ଘ. ଟା ଯାଏଁ କାର୍ଯ୍ୟାଳୟ ଖୋଲା ରଖି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରୁଥିବା ଏହି କର୍ମଚାରୀ ମାନଙ୍କୁ ସରକାର ମାତ୍ର ସର୍ବନିମ୍ନ ଦରମା ଶହେ ରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଦେଉଥିବାରୁ ଉକ୍ତ ବୈଠକରେ ସମସ୍ତ କର୍ମଚାରୀ କ୍ଷୋଭ ପ୍ରକାଶ କରିବା ସହିତ ସମାନ କାମକୁ ସମାନ ଦରମା ନାରା ଦେଉଥିବା ସରକାର ଙ୍କ ଏହି ବୈମାତୃକ ମନୋଭାବ ପୋଷଣ କୁ ଘୋର ବିରୋଧ କରିଥିଲେ | ଗ୍ରାମ ପଞ୍ଚାୟତ ଧାରା ୧୯୬୪ ମସିହା ଧାରା ୨୧୨ ରେ ଗ୍ରାମ ପଞ୍ଚାୟତ ସମ୍ପାଦକ ଓ ୨୨୯ ଧାରାରେ ଚତୁର୍ଥ ଶ୍ରେଣୀ ପିଅନ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ନିଯୁକ୍ତି ପ୍ରଦାନ କରିଥିଲେ | ୨୦୦୯ ମସିହାରେ ଗ୍ରାମ ପଞ୍ଚାୟତର ସମ୍ପାଦକ ଭିଏଲଡବ୍ଲୁ ପଦକୁ ପଦୋନ୍ନତି ପାଇଥିଲେ | କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି କର୍ମଚାରୀ ମାନେ ଅଲୋଡ଼ା ହୋଇ ରହିଗଲେ | ଏଠାରେ ପ୍ରଶ୍ନ ଉଠୁଛି ଉଭୟ କର୍ମଚାରୀ ନିଯୁକ୍ତି ପଦବୀର ନିଯୁକ୍ତିଦାତା ଡିପିଓ ଥିଲାବେଳେ ସମ୍ପାଦକ ମାନେ ଭିଏଲଡବ୍ଲୁ ପଦକୁ ପଦୋନ୍ନତି ପାଇଲେ ଅଥଚ ଗ୍ରାମ ପଞ୍ଚାୟତ ପିଅନ ଏଥିରୁ କେମିତି ବଞ୍ଚିତ ହେଲା | ଗ୍ରା. ପ  ୨୦୧୪ ମସିହା ୧୨୫ ନିୟମ ଅନୁଯାୟୀ ଗ୍ରାମ ପଞ୍ଚାୟତ ନିଜସ୍ୱ ଆୟରୁ ଉକ୍ତ କର୍ମଚାରୀ ଦରମା ପାଇବାକୁ ଥିବାବେଳେ ସମସ୍ତ ପଞ୍ଚାୟତର ନିଜସ୍ୱ ଆୟ ସମାନ ନୁହେଁ | ଯାହା ଫଳରେ କର୍ମଚାରୀ ମାନେ ନିଜ ପରିବାର ପ୍ରତିପୋଷଣ କେମିତି କରିବେ ତାହା ଅନୁଧ୍ୟାନର ବିଷୟ | ସରକାରଙ୍କ ନିୟମ ଅନୁଯାୟୀ ଅଣକୁଶଳୀ ଶ୍ରମିକକୁ ମଜୁରୀ ବାବଦରେ ଟ ୩୦୩ ଟଙ୍କା ୪୦ ପଇସା ପ୍ରଦାନ କରାଯିବାର ଆଇନ ରହିଥିବା ବେଳେ

ପଞ୍ଚାୟତର ଉକ୍ତ କର୍ମଚାରୀଙ୍କୁ କାହିଁକି ସର୍ବନିମ୍ନ ଦରମା ପ୍ରଦାନ କରାଯାଉ ନାହିଁ ବୋଲି ବୈଠକରେ ଉପସ୍ଥିତ ସମସ୍ତ କର୍ମଚାରୀ ସରକାରଙ୍କୁ ପ୍ରଶ୍ନ କରିଥିଲେ | ଅଗାମୀ ଦିନରେ ଯଦି ଉକ୍ତ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା ପ୍ରଦାନ, ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ସହିତ 2014 ଗ୍ରାମ ପଞ୍ଚାୟତ ଧାରା 125କୁ ସଂଶୋଧନ କରାନଯାଏ ତେବେ ଅଗାମୀ 2022 ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବା ସହିତ ସମସ୍ତ କର୍ମଚାରୀ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ରାଜ୍ୟ କୋଷାଧକ୍ଷ ଅରୂପାନନ୍ଦ ଡାକୁଆ ନିଜ ପ୍ରତିକ୍ରିୟା ରେ ଜଣାଇଛନ୍ତି | ଆଜିର ଅନୁଷ୍ଠିତ ଏହି ଜରୁରୀ କାଳୀନ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ମହେଶ୍ୱର ନାୟକ, ତାରିଣୀ ଚରଣ ଭୂୟାଁ, ସୁଦର୍ଶନ ଡାକୁଆ, ସୁଧୀର କାନ୍ତ ବେହେରା, ସୁଧୀର ଦାସ, ସୂର୍ଯ୍ୟ ପ୍ରଧାନ, ଗଣେଶ ବାରିକ, ସନ୍ତୋଷ ଖାଡ଼ଙ୍ଗା, ହରିହର ସାହୁ ଙ୍କ ସମେତ 23ଟି ବ୍ଲକ ର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026

You Might Also Like