-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||     

HOME   ଜିଲ୍ଲା

ଓଡିଶା ଗ୍ରାମ ପଞ୍ଚାୟତ ପିଅନ,ରାତ୍ର ଜଗୁଆଳ ଓ ଝାଡୁଦାର ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜରୁରୀ କାଳୀନ ବୈଠକ

26-Aug-2021



ଗଞ୍ଜାମ, ପୁରୁଷୋତମପୁର(ଉମା ମହାରଣା): ଓଡିଶା ଗ୍ରାମ ପଞ୍ଚାୟତ ପିଅନ,ରାତ୍ର ଜଗୁଆଳ ଓ ଝାଡୁଦାର ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ମା'ତାରାତାରିଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି |  ବଂଶୀଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କୋଷାଧକ୍ଷ ଅରୂପା ନନ୍ଦ ଡାକୁଆ ଯୋଗ ଦେଇ ଗ୍ରାମ ପଞ୍ଚାୟତ ପିଅନ, ଝାଡୁଦାର ଓ ରାତ୍ର ଜଗୁଆଳଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ | ସକାଳ ୧୦ ଘ. ରୁ ଅପରାହ୍ନ ୫ ଘ. ଟା ଯାଏଁ କାର୍ଯ୍ୟାଳୟ ଖୋଲା ରଖି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରୁଥିବା ଏହି କର୍ମଚାରୀ ମାନଙ୍କୁ ସରକାର ମାତ୍ର ସର୍ବନିମ୍ନ ଦରମା ଶହେ ରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଦେଉଥିବାରୁ ଉକ୍ତ ବୈଠକରେ ସମସ୍ତ କର୍ମଚାରୀ କ୍ଷୋଭ ପ୍ରକାଶ କରିବା ସହିତ ସମାନ କାମକୁ ସମାନ ଦରମା ନାରା ଦେଉଥିବା ସରକାର ଙ୍କ ଏହି ବୈମାତୃକ ମନୋଭାବ ପୋଷଣ କୁ ଘୋର ବିରୋଧ କରିଥିଲେ | ଗ୍ରାମ ପଞ୍ଚାୟତ ଧାରା ୧୯୬୪ ମସିହା ଧାରା ୨୧୨ ରେ ଗ୍ରାମ ପଞ୍ଚାୟତ ସମ୍ପାଦକ ଓ ୨୨୯ ଧାରାରେ ଚତୁର୍ଥ ଶ୍ରେଣୀ ପିଅନ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ନିଯୁକ୍ତି ପ୍ରଦାନ କରିଥିଲେ | ୨୦୦୯ ମସିହାରେ ଗ୍ରାମ ପଞ୍ଚାୟତର ସମ୍ପାଦକ ଭିଏଲଡବ୍ଲୁ ପଦକୁ ପଦୋନ୍ନତି ପାଇଥିଲେ | କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି କର୍ମଚାରୀ ମାନେ ଅଲୋଡ଼ା ହୋଇ ରହିଗଲେ | ଏଠାରେ ପ୍ରଶ୍ନ ଉଠୁଛି ଉଭୟ କର୍ମଚାରୀ ନିଯୁକ୍ତି ପଦବୀର ନିଯୁକ୍ତିଦାତା ଡିପିଓ ଥିଲାବେଳେ ସମ୍ପାଦକ ମାନେ ଭିଏଲଡବ୍ଲୁ ପଦକୁ ପଦୋନ୍ନତି ପାଇଲେ ଅଥଚ ଗ୍ରାମ ପଞ୍ଚାୟତ ପିଅନ ଏଥିରୁ କେମିତି ବଞ୍ଚିତ ହେଲା | ଗ୍ରା. ପ  ୨୦୧୪ ମସିହା ୧୨୫ ନିୟମ ଅନୁଯାୟୀ ଗ୍ରାମ ପଞ୍ଚାୟତ ନିଜସ୍ୱ ଆୟରୁ ଉକ୍ତ କର୍ମଚାରୀ ଦରମା ପାଇବାକୁ ଥିବାବେଳେ ସମସ୍ତ ପଞ୍ଚାୟତର ନିଜସ୍ୱ ଆୟ ସମାନ ନୁହେଁ | ଯାହା ଫଳରେ କର୍ମଚାରୀ ମାନେ ନିଜ ପରିବାର ପ୍ରତିପୋଷଣ କେମିତି କରିବେ ତାହା ଅନୁଧ୍ୟାନର ବିଷୟ | ସରକାରଙ୍କ ନିୟମ ଅନୁଯାୟୀ ଅଣକୁଶଳୀ ଶ୍ରମିକକୁ ମଜୁରୀ ବାବଦରେ ଟ ୩୦୩ ଟଙ୍କା ୪୦ ପଇସା ପ୍ରଦାନ କରାଯିବାର ଆଇନ ରହିଥିବା ବେଳେ

ପଞ୍ଚାୟତର ଉକ୍ତ କର୍ମଚାରୀଙ୍କୁ କାହିଁକି ସର୍ବନିମ୍ନ ଦରମା ପ୍ରଦାନ କରାଯାଉ ନାହିଁ ବୋଲି ବୈଠକରେ ଉପସ୍ଥିତ ସମସ୍ତ କର୍ମଚାରୀ ସରକାରଙ୍କୁ ପ୍ରଶ୍ନ କରିଥିଲେ | ଅଗାମୀ ଦିନରେ ଯଦି ଉକ୍ତ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା ପ୍ରଦାନ, ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ସହିତ 2014 ଗ୍ରାମ ପଞ୍ଚାୟତ ଧାରା 125କୁ ସଂଶୋଧନ କରାନଯାଏ ତେବେ ଅଗାମୀ 2022 ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବା ସହିତ ସମସ୍ତ କର୍ମଚାରୀ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ରାଜ୍ୟ କୋଷାଧକ୍ଷ ଅରୂପାନନ୍ଦ ଡାକୁଆ ନିଜ ପ୍ରତିକ୍ରିୟା ରେ ଜଣାଇଛନ୍ତି | ଆଜିର ଅନୁଷ୍ଠିତ ଏହି ଜରୁରୀ କାଳୀନ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ମହେଶ୍ୱର ନାୟକ, ତାରିଣୀ ଚରଣ ଭୂୟାଁ, ସୁଦର୍ଶନ ଡାକୁଆ, ସୁଧୀର କାନ୍ତ ବେହେରା, ସୁଧୀର ଦାସ, ସୂର୍ଯ୍ୟ ପ୍ରଧାନ, ଗଣେଶ ବାରିକ, ସନ୍ତୋଷ ଖାଡ଼ଙ୍ଗା, ହରିହର ସାହୁ ଙ୍କ ସମେତ 23ଟି ବ୍ଲକ ର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026

You Might Also Like