-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2026
ଟିଟିଲାଗଡ଼ - ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ରବିବାର ଦିନ ସ୍ଥାନୀୟ ଲାୟନ୍ସ ଡେନ୍ ପରିସରରେ ଲାୟନ୍ସ ଇଣ୍ଟରନ୍ୟାସନାଲର ବିଶ୍ୱସ୍ତରୀୟ 'ପିସ୍ ପୋଷ୍ଟର ପ୍ରତିଯୋଗିତା'ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ହାର୍ମୋନି ଇନ୍ ହ୍ୟୁମାନିଟିଜ୍’ (ମାନବତାରେ ସଦ୍ଭାବ)। ଏଥିରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ଚିତ୍ରକଳା ମାଧ୍ୟମରେ ଶାନ୍ତି, ଭ୍ରାତୃଭାବ ଏବଂ ମାନବିକତାର ସୁନ୍ଦର ବାର୍ତ୍ତା ବାଣ୍ଟିଥିଲେ।
ଏହି ପ୍ରତିଯୋଗିତାରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡିଏଭି ସ୍କୁଲ, ଓମ୍ ଭ୍ୟାଲି ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ସେଣ୍ଟ ଆନ୍ନା ସ୍କୁଲ ଏବଂ ପ୍ରଭାବତୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଆର୍ଟସ ଆଣ୍ଡ କ୍ରାଫ୍ଟ ସ୍କୁଲର ପ୍ରଶିକ୍ଷିକା ଦିବ୍ୟା ବାଣୀ ଏବଂ ରୌନକ ମାରୋଦିଆ ପ୍ରତିଯୋଗୀଙ୍କ କଳାକୃତିଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ଏହି ପ୍ରତିଯୋଗିତାରେ
ପ୍ରଥମ ସ୍ଥାନ - ବିଶ୍ୱଜିତ ବିଭାର (ସେଣ୍ଟଆନିସ୍କୁଲ)' ଦୀତୀୟ ସ୍ଥାନ- ଆରାଧ୍ୟା ଅଗ୍ରୱାଲ (ଓମ୍ ଭ୍ୟାଲି ସ୍କୁଲ), ତୃତୀୟ ସ୍ଥାନ ନୀହାର ରଞ୍ଜନ ସାହୁ (ଡିଏଭି ପବ୍ଲିକ ସ୍କୁଲ) ହାସଲ କରିଛନ୍ତି।
କୃତୀ ପ୍ରତିଯୋଗୀମାନଙ୍କୁ କ୍ଲବ୍ ସ୍ତରରେ ପୁରସ୍କୃତ କରାଯାଇଛି। ପ୍ରଥମ ସ୍ଥାନ ହାସଲ କରିଥିବା ବିଶ୍ୱଜିତଙ୍କ କଳାକୃତିକୁ ଜିଲ୍ଲା ସ୍ତରକୁ ପଠାଯିବ ଏବଂ ସେଠାରେ ମନୋନୀତ ହେଲେ ତାଙ୍କୁ ମଲ୍ଟିପୁଲ ତଥା ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ କ୍ଲବ୍ ସମ୍ପାଦକ ଲାୟନ ଏମ୍.ଡି. ଆବାସ ଖାଁ , କୋଷାଧ୍ୟକ୍ଷ ଲାୟନ ଶ୍ରୀରାମ ଅଗ୍ରୱାଲ, ପ୍ରଥମ ଉପସଭାପତି ଲାୟନ ଅଜିତ ପାତ୍ର ଏବଂ ପୂର୍ବତନ ସଭାପତି ଲାୟନ ସଞ୍ଜୟ ସୋନୀ, ଦୀପକ ପୃଷ୍ଟିଙ୍କ ସମେତ ଲାୟନ୍ସ କ୍ଲବ୍ ଓ ଲିଓ କ୍ଳବର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶେଷରେ ବିଚାରକମାନଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।