-+91-9937148622 |
prerana_bgr@rediffmail.com |
Monday 26th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2026
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ ହେଇଥିଲା । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସଙ୍ଗୀତ ନାଟକ ଏକାଡେମୀର ସହଯୋଗରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ପାରମ୍ପରିକ କଳା ଓ ସଂସ୍କୃତିର ମହାକୁମ୍ଭ ଦେଖିବାକୁ ମିଳିଥିଲା ।
ଏହି ଅବସରରେ ଭାରତୀୟ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ‘ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି
ସମ୍ମାନ-୨୦୨୬’ ଏବଂ ‘ସ୍ମୃତି ଯୁବ ସମ୍ମାନ-୨୦୨୬’ରେ ସମ୍ମାନିତ କରାଯାଇଥିଲା । ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ, ଗୁରୁ ଶ୍ରୀମତୀ ସୁଜାତା ମହାପାତ୍ର, ଗୁରୁ ଶ୍ରୀ ପଙ୍କଜ ଜାଲ, ପଦ୍ମଶ୍ରୀ ଶ୍ରୀ ଜିତେନ୍ଦ୍ର ହରିପାଲ, ଗୁରୁ ଡକ୍ଟର ନିମାକାନ୍ତ ରୌତରାୟ, ଗୁରୁ ଡକ୍ଟର (ଇଂ) ନୂର ରଜା, ଗୁରୁ ଶ୍ରୀ ଲିଙ୍ଗରାଜ ସ୍ୱାଇଁ ଏବଂ ଗୁରୁ ଶ୍ରୀ ମନୋଜିତ୍ ସାହା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।
୨୪ ଏବଂ ୨୫ ତାରିଖରେ ଆୟୋଜିତ ଏହି ଦୁଇଦିନିଆ ଉତ୍ସବରେ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରଥମ ଦିନରେ ସୁଶୀଳ ମଲ୍ଲିକ ଓ ଟିମ୍, ଅବିପ୍ସା ଗୀତାଞ୍ଜଳି ବେହେରା, ପ୍ରସନ୍ନାକ୍ଷୀ, ସ୍ୱର ଝଙ୍କାର ଏବଂ ମୃଦୁରେଖା ଏକାଡେମୀର କଳାକାରମାନେ ନିଜର କଳା ପ୍ରଦର୍ଶନ କରିଥିଲେ । ସେହିପରି ଦ୍ୱିତୀୟ ଦିନରେ ଅଶ୍ମୀ ମିଶ୍ର, ଶ୍ରେୟାଶୀ ସାହୁ, ମନୋଜିତ୍ ସାହା, ପ୍ରିୟାଂଶା କୁମାରୀ ନାୟକ, ଶଙ୍ଖନାଦ ନୃତ୍ୟାନୁଷ୍ଠାନ ଏବଂ ମୃଦୁରେଖା ଡ୍ୟାନ୍ସ ଏକାଡେମୀର କଳାକାରମାନେ ମଞ୍ଚ ମଣ୍ଡନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ, ଗୁରୁ ଶ୍ରୀ ରମେଶ ଚନ୍ଦ୍ର ଜେନା, ଗୁରୁ ଶ୍ରୀମତୀ ମଧୁସ୍ମିତା ମହାନ୍ତି ଏବଂ ଗୁରୁ ଡକ୍ଟର ନୂର ରଜା, ଗୋପାଳ ଚନ୍ଦ୍ର ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ମୃଦୁରେଖା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ହେଇଥିବା ବେଳେ ଏଥିରେ ଜିଲ୍ଲାର ଅନେକ କଳାପ୍ରେମୀ ଉପସ୍ଥିତ ଥିଲେ ।