-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
31-Oct-2020
ବୀରମହାରାଜପୁର(ପ୍ରେରଣା ଖବର )- ଗୋପବନ୍ଧୁ କଳା ଓ ସାହିତ୍ୟ ସଂସଦ, ବୀରମହାରାଜପୁରର ବନ୍ଧୁ ମିଳନ ପର୍ବ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଯାଇଛି । ଗୋପବନ୍ଧୁ ସାହିତ୍ୟ ସଂସଦ, ବରପାଲି ଆନୁକୁଲ୍ୟରେ ହୋଇଥିବା ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଗୀତିକାର, କଣ୍ଠଶିଳ୍ପୀ, ସଂଗୀତ ନିର୍ଦେଶକ, ତଥା ସାହିତ୍ୟିକ ଶାଶ୍ବତ ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଡଃ ହିମାଂଶୁ ଶେଖର ପାଢୀ, ସମ୍ମାନିତ ଅତିଥି। ଭାବରେ ଗୋପବନ୍ଧୁ ସାହିତ୍ୟ ସଂସଦ, ବରପାଲିର ସମ୍ପାଦକ ବଟ ସାହୁ ଏବଂ ବୀରମହାରାଜପୁର ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ଯଜ୍ଞେଶ୍ଵର ବିଶି ଯୋଗ ଦେଇଥିଲେ । ମନୋରଂଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ଯୁବ କବି ଶୁଭ୍ରାଂଶୁ ଶେଖର ପାଢୀ ସ୍ଵାଗତ ଭାଷଣ ଦେବା ସହିତ ସଭାପରିଚଳନା କରିଥିଲେ । ଏଥିରେ ସଂସଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ମନୋରଂଜନ ଦାସ କାର୍ଯ୍ୟକାରୀ ସଭାପତି - ସଞ୍ଜୟ କୁମାର ମିଶ୍ର, ଉପସଭାପତି - ସୁଶୀଲ କୁମାର ମହାପାତ୍ର, ସମ୍ପାଦକ - ଵାଙ୍କା ବିହାରୀ ମହାକୁର, ପରିଚାଳନା ସମ୍ପାଦକ ତଥା ସଂଯୋଜକ - ଶୁଭ୍ରାଂଶୁ ଶେଖର ପାଢୀ, ସହକାରୀ ସମ୍ପାଦିକା ଯାମିନୀ ଦାସ ଆଦି ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବରେ ଅଧ୍ୟାପକ ଡଃ ହିମାଂଶୁ ଶେଖର ପାଢୀ ,ଶ୍ରୀଯୁକ୍ତ ଘନଶ୍ୟାମ ତ୍ରିପାଠୀ, ଅଧ୍ୟାପକ ଯଜ୍ଞେଶ୍ଵର ବିଶି ଙ୍କୁ ମନୋନୀତ କରା ଯାଇଥିଲା । ଶେଷରେ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ଏକ କବିତା ପାଠ୍ୟୋତ୍ସବ ଅନୁଷ୍ଠିତ ହୋଇଥିଲା । ଶୁଭ୍ରାଂଶୁ ଶେଖର ପାଢୀଙ୍କ ସଂଯୋଜନାରେ କବି ପରୀକ୍ଷିତ ପାଧାନ, ବାବୁ ଦେହେରୀ, ସନ୍ତୋଶିନୀ ନାୟକ, ଶ୍ରଦ୍ଧାଞ୍ଜଳି ପଣ୍ଡା, ମଦନ ଭୋଇ, ପ୍ରଦୀପ ଜଗଦଲା, ସନ୍ତୋଷ ଆଦାବର୍, ଏବଂ କବି ବଟକୃଷ୍ଣ ସାହୁ ପ୍ରଭୃତି ସ୍ବରଚିତ କବିତା ପାଠ କରିଥିଲେ ।