-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Aug-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ବ୍ୟାସ କବି ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସ୍ଥାନୀୟ ଗଙ୍ଗାଧର ଛକ ଠାରେ ସକାଳ 8 ଘଣ୍ଟା ରେ ସଭାପତି ଲଷ୍ମୀନାରାୟଣ ମେହେର ଙ୍କ ଉପସ୍ଥିତି ରେ ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ ଙ୍କ ଦ୍ୱାରା କବି ଗଙ୍ଗାଧର ଙ୍କ ପ୍ରତିମୂର୍ତ୍ତି ରେ ଧୂପ ଦୀପ ସହ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲl l ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ଉପଦେଷ୍ଟା ତଥା ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ବିନୋଦ ମେହେର, ପ୍ରହଲ୍ଲାଦ ମିଶ୍ର, ଉପସଭାପତି ତରଣୀ ମେହେର, ପ୍ରଫୁଲ୍ଲ ନାଏକ, ମନୋଜ ପଣ୍ଡା, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ଦିଲ୍ଲୀପ ଭୁକ୍ତା, ମିସ ତମନ୍ନା ଅଗ୍ରୱାଲ, ପ୍ରମୁଖ ସାମିଲ ରହି ଗଙ୍ଗାଧର ଙ୍କ ସ୍ମ୍ରୁତି ଚାରଣ କରିଥିଲେ l ଶେଷରେ ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା l ଏ କାର୍ଯ୍ୟକ୍ରମ ପରେ ପରେs
ସଂଗଠନ ର ସ୍ବେଛାସେବୀ ଇନ୍ଦୁମତି ପୁରୋହିତ, ମନୋଜ ପଣ୍ଡା ଙ୍କ ନେତୃତ୍ୱ ରେ ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ପ୍ରଶାସନ ର କାଞ୍ଜି ହାଉସ ଠାରେ ଗୋ ପୂଜନ ଓ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଥିଲା l ଓ ଗାଈ ଗୋରୁ ଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା l ସଂଗଠନ ର ସଭ୍ୟ ଦେବ ରଞ୍ଜନ ତ୍ରିପାଠୀ ଓ ସଂଗୀତା ନାଏକ ସହଯୋଗ କରିଥିଲେ l