-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Aug-2021
ବଲାଙ୍ଗୀର - ରକ୍ଷାବନ୍ଧନ ଏକ ନିଆରା ପରମ୍ପରା । ବଲାଙ୍ଗୀର ସହରରେ ଆଜି ଭଉଣୀ ମାନେ ଭାଇ ମାନଙ୍କ ସୌଭାଗ୍ୟ ପାଇଁ ରାକ୍ଷୀ ବାନ୍ଧିଛନ୍ତି । ଭାଇ ଭଉଣୀ କୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ବଲାଙ୍ଗୀର ସହର ଠିକାଦାର ପଡ଼ା ଠାରେ ଏହି ସମ୍ପର୍କ ପର୍ବ ର ନିଆରା ପରମ୍ପରା ଦେଖିବାକୁ ମିଳିଛି । ଗୋଟିଏ ଛୋଟ ଝିଅ ନିଜ ଅଜା ଯାହାଙ୍କ ବୟସ ୮୬ ବର୍ଷ ତାଙ୍କୁ ରାକ୍ଷୀ ବାନ୍ଧି ସମ୍ପର୍କର ଡୋରି ରେ ବାନ୍ଧିଛି । ବୟସ ର ଅପରାହ୍ନ ରେ ମଧ୍ୟ ସେ ନିଜକୁ ନାତୁଣୀ ର ପବିତ୍ର ଡୋରି ରେ ବାନ୍ଧି ହୋଇଛନ୍ତି । ଅଜା ନାତୁଣୀ ର ସମ୍ପର୍କ ଆହୁରି ନିବିଡ଼ ହୋଇଛି । ନାତୁଣୀ ର ସ୍ନେହ ରେ ବାନ୍ଧି ହୋଇ ବୟସ ର ଅପରାହ୍ନ କୁ ଭୂଳିଯାଇଛନ୍ତି । ମନରେ ଅନେକ ଆଶା ନେଇ ଜଗି ରହିଛନ୍ତି ପରିବାର କୁ ।