-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
16-Aug-2021
ବରଗଡ଼ (ମୁକୁନ୍ଦ ଦାସ) ଆଜି ଶ୍ରାବଣ ର ଶେଷ ସୋମବାର ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ନିଷ୍ଠା ପରିବାର ଆନୁକଲ୍ୟରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ପୀଠ, ଗାଇସିମା ଧାମ ମନ୍ଦିର ପରିସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଡାକ୍ତର ଅଜିତ ଦର୍ଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିଲେ। ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ଵାରା
ସର୍ବମୋଟ ୫୨ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଆମ ସଦସ୍ୟ ମାନେ ରକ୍ତ ଦାନ ର ଉପକାରିତା ସମ୍ପର୍କରେ ଅବଗତ କରାଇବା ପରେ ଶ୍ରଦ୍ଧାଳୁ ମାନେ ଶ୍ରଦ୍ଧା ପୂର୍ବକ ରକ୍ତଦାନ କରିଥିଲେ। ଗୋଟିଏ ପରିବାର ରୁ ସମସ୍ତେ, ଏକ ରକ୍ତ ଦାତା ଦମ୍ପତ୍ତି, ଦୁଇ ଜଣ ଭଉଣୀ ଙ୍କ ସମେତ ଅନେକ ରକ୍ତ ଦାତା ରକ୍ତ ଦାନ କରିଥିଲେ। ନିଷ୍ଠା ର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l