-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
15-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) :ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବିଜେପି ମହିଳା ମୋର୍ଚ୍ଚା ର ପଙ୍କଜିନି ପଣ୍ଡା ଟିକ୍ରାପଡା ଠାରେ ପତକା ଉତ୍ତୋଳନ କରିଥିଲେ। ସେହିପରି ଓ୍ବାର୍ଡ ନଂ ୪ ରେ ରଞ୍ଜିତା ପାଣିଗ୍ରାହୀ ପତକା ଉତ୍ତୋଳନ କରି। ଦେଶର ବରପୁତ୍ର, ସହିଦ ଏବଂ ସ୍ବାଧୀନତା ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫିରୋଜା ବିବି, ସଞ୍ଜୁ ନାଏକ, ବାସନ୍ତୀ ଜେନା, ସସ୍ମିତା ବେହେରା, ଅନୁସେୟା ବେଜ୍, କଲ୍ୟାଣୀ ଆଡବଙ୍କ, ଅନିତା ମିଶ୍ର, ସୌଦାମିନୀ ମିଶ୍ର, ଗାୟତ୍ରୀ ମହାପାତ୍ର, ଅରୁଣ ବାଗ, ସନ୍ତୋଷ ସାହୁ, ନିଲାଦ୍ରି, ଲଲିତ ଶର୍ମା ଓ ଧର୍ମେନ୍ଦ୍ର ଅଗ୍ରୱାଲ ଉପସ୍ଥିତ ଥିଲେ।