-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
11-Aug-2021
ଗଞ୍ଜାମ (ଉମା ମହାରଣା) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନ୍ଦୁରିଆପଡା ଅଘଟଣ l ଘରକାମ କଲାବେଳେ ବିଦ୍ୟୁତ ସସ୍ପର୍ଶ ରେ ଆସି ଦୁଇ ମୃତ, ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି l ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇ ଥିବା ବେଳେ ଡାକ୍ତର ସେଠାରେ ଦୁଇଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ମୃତକ
ମାନେ ହେଲେ ୫୦ ବର୍ଷୀୟା ଝୁନୁ ଗୌଡ଼ ଓ ଆଠଗଡ଼ ଗ୍ରାମର ମସ୍ତ୍ରୀ ୨୭ ବର୍ଷୀୟ ଗୋପାଳ ବେହେରା l ଆଜି ସୁନ୍ଦୁରିଆପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗ୍ରିଲ ବସାଇବା କାମ ଚାଲିଥିବା ବେଳେ ଘରକୁ ଆସିଥିବା ବିଦ୍ୟୁତ ତାର ସସ୍ପର୍ଶିରେ ଆସି ଘଟିଛି ଅଘଟଣ l