-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ସଙ୍କଟରେ ଲସ୍ତଲା ଆମପାଲି ଗ୍ରାମବାସୀ : କଚ୍ଚା କାଦୁଅ ରାସ୍ତା ପାଲଟିଛି ଚଲାପଥ

03-Aug-2021



ବଲାଙ୍ଗୀର(ପ୍ରେରଣା ଖବର) : ସରକାର ରାସ୍ତା ସଂଯୋଗିକରଣ ଯୋଜନାରେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରି ଲୋକଙ୍କ ଯାତାୟାତ ର ସୁବିଧା କରୁଛନ୍ତି । ସରକାର ଯେତେ ଯୋଜନା କଲେ ମଧ୍ୟ ରାଜନେତା ମାନଙ୍କ ଦୃଢ଼ ଇଚ୍ଛାଶକ୍ତି ର ଅଭାବ ଯୋଗୁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମାଞ୍ଚଳ କୁ ପକ୍କା ରାସ୍ତା ନିର୍ମାଣ କରାଯାଉଥିବା ବେଳେ କୋଉ ଆବହମାନ କାଳରୁ ଥିବା କଚ୍ଚା ରାସ୍ତା ଲସ୍ତଲା ଆମପାଳି ଗ୍ରାମବାସୀ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ସାଉନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଲେତିପାଲି ଛକରୁ ଲସ୍ତଲା ଆମପାଲି  ପଡ଼ା ରାସ୍ତା ଲସ୍ତଲା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ମାଟି କାଦୁଅ ଯୋଗୁ ଯାତାୟାତ କରିବା କଷ୍ଟକର ହୋଇପଡିଛି । ମରଣଯନ୍ତା ପାଲଟିଛି ଏହି ରାସ୍ତା । ବର୍ଷା ଯୋଗୁଁ ରାସ୍ତା ମଝିରେ ଖାଲ ଭିତରେ ପାଣି ଜମି ରହିଥିବାରୁ ଅନେକ ଲୋକ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ଏହି ଗ୍ରାମ ରାସ୍ତା ନିର୍ମାଣ ହେଲେ ଉମରିଆ, ଜାମଗାଁ, କଙ୍କରିଆ, ଅଙ୍କରିଆପଦର୍, କେଶେରକେଲା, ମୋତି ଝରିଆ ହୋଇ ସାତ ମାଇଲ ଛକ ମୁଖ୍ୟ ସୋନପୁର ରାସ୍ତା କୁ ସଂଯୋଗ କରିବ । 
   ଉପରୋକ୍ତ ବିଷୟ କୁ ନେଇ ସ୍ଥାନୀୟ ଲୋକେ ବିଧାୟକ ଡ଼. ମୁକେଶ ମହଲିଙ୍ଗ ଙ୍କୁ ବହୁବାର ଜଣାଇଥିଲେ । ବିଧାୟକ ମଧ୍ୟ ଏହି ରାସ୍ତା ର ଉନ୍ନତି ପାଇଁ ପୁଇନ୍ତଲା ବ୍ଲକ୍ ବିଡ଼ିଓ ଙ୍କୁ ମଧ୍ୟ କହିଥିଲେ । ଜିଲ୍ଲାପାଳ ଙ୍କ ଠୁଁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଗ୍ରାମବାସୀ ମାନେ ନିରାଶ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଲସ୍ତଲା ଆମପାଲି ପଡ଼ା ରୁ ଲସ୍ତଲା କୁ ଯିବା ପାଇଁ ରାସ୍ତାରେ ଅଙ୍ଗିରା ଜୋର୍ ପଡେ । ଏହି ଜୋର୍ ରେ ପୋଲ ନ ଥିବାରୁ ଏ ଅଞ୍ଚଳର ପ୍ରାୟ ୪୦ ଜଣ ଛାତ୍ର ଛାତ୍ରୀ କୂଳ ଲଂଘି ଲସ୍ତଲା ୟୁ ପି ସ୍କୁଲ କୁ ପଢିବାକୁ ଯାଆନ୍ତି । ସରପଞ୍ଚ ଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ । 
 

   ପୂର୍ବରୁ ସଂଗୀତା ସିଂଦେଓ, ସାଂସଦ ଥିବା ବେଳେ ସେ ସମୟରେ ଲେତିପାଲି ଛକ ରୁ ଲସ୍ତଲା ଆମାପାଲି ପଡ଼ା ରାସ୍ତା ନିର୍ମାଣ ପାଇଁ ଏମ ପି ଫଣ୍ଡ ରୁ ୭ ଲକ୍ଷ ଏବଂ ବିଜୁ କେବିକେ ରୁ ୧୦ ଲକ୍ଷ ୫୦ହଜାର ଟଙ୍କା ଅନୁଦାନ ମିଳିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ । ରାସ୍ତା ନିର୍ମାଣ ପାଇଁ ସାଂସଦ ଶୁଭ ଦେଇଥିବା ବେଳେ ମିଳିଥିବା ଅନୁଦାନ ରାଶି ଗଲା କୁଆଡେ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି । ପୁଇନ୍ତଳା ବିଡ଼ିଓ ଙ୍କୁ ରାସ୍ତା ନିର୍ମାଣ ସମ୍ପର୍କରେ ପଚାରିବାରୁ ସେ ପ୍ରତ୍ୟୁତ୍ତର ରେ ବିଧାୟକ ତାଙ୍କୁ କହିଥିବା ପ୍ରକାଶ କରିଥିଲେ । ହେଲେ ବ୍ଲକ୍ ରେ ଟଙ୍କା ନ ଥିବାରୁ କିଛି କରି ପାରୁନାହାନ୍ତି ବୋଲି କହିଥିଲେ । ଯଦି ବ୍ଲକ୍ ରେ ଟଙ୍କା ନାହିଁ ତେବେ ବିଡ଼ିଓ ଜଣ ତାଙ୍କ ପାକେଟ ରୁ ଟଙ୍କା ଦେବେକି ବୋଲି ସ୍ଥାନୀୟ ବାସିନ୍ଦା ବିଡ଼ିଓ ଙ୍କୁ ପ୍ରଶ୍ନ କରିଛନ୍ତି । ଯଦି ଫଣ୍ଡ ନାହିଁ ତେବେ କେବେ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି କି? ଯଦି ଜଣାଇ ନାହାନ୍ତି ତେବେ ବ୍ଲକ୍ ଅଧିନସ୍ଥ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ବାସିନ୍ଦା ଗୁହାରି କରିବେ କାହାକୁ । ଏ ବିଷୟ ପ୍ରତି ଗୁରୁତ୍ଵ ର ସହ ଜିଲ୍ଲାପାଳ ଦୃଷ୍ଟିଦେବେ ବୋଲି ସ୍ଥାନୀୟ ଗ୍ରାମବାସୀ ନେପାଲ ବରାଡ,ପୂର୍ଣ୍ଣଚନ୍ଦ୍ର ବରାଡ, ପ୍ରୁଥିରାଜ୍ ବରାଡ, ଅକ୍ରୁର ଜେନା, ସୁରେନ୍ଦ୍ର ବରାଡ, ବାଳୀ ଦଳାଇ, ଅରକ୍ଷିତ ବରାଡ, ବ୍ରହ୍ମା ବରାଡ, ପୁରନ୍ଦର ଜେନା ଓ ରାଧାକାନ୍ତ ବରାଡ ପ୍ରମୁଖ ଅନୁରୋଧ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like