-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
28-Jul-2021
କେନ୍ଦୁଝର(ପ୍ରେରଣା ଖବର) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବଲାଣିପଶି ପଂଚାୟତ ଚାଉଳ ଧୁଆ କଅଂଶ ଗ୍ରାମରେ ବିଷାକ୍ତ ଚିତି ସାପ କାମୁଡା ରେ ଜୁଆଙ୍ଗ ଦମ୍ପତ୍ତି ଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ଶୁକଦେବ ଜୁଆଙ୍ଗ (୫୫) ଓ ଟିକିଲି ଜୁଆଙ୍ଗ ( ୪୯) ବୋଲି ଜନାପଡିଛି। ସେମାନେ ଗତ କାଲି ରାତିରେ ଖାଇ ଶୋଇଥିବା ବେଳେ ସାପ ଟି କାମୁଡ଼ି ଦେଇଥିଲା। ସେମାନେ ସାପ ଟିକୁ ଚିହ୍ନିଥିଲେ। ସକାଳେ ଝାଡା ଫୁଙ୍କା କରି ବିଳମ୍ବ ରେ ମେଡିକାଲ ଆଣି ଥିଲେ। ଏଠାରେ ପ୍ରଥମେ ଟିକିଲି ଓ ପରେ ଶୁକଦେବ ଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଶବ ଜବତ୍ କରି ଦୁଇ ଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।