-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
28-Jul-2021
ନୟାଗଡ଼ ,(ପ୍ରଦୀପ କୁମାର ପଣ୍ଡା )ନୟାଗଡ଼ ଜିଲ୍ଲା ଲେଙ୍କୁଡ଼ିପଡ଼ା ନିକଟରୁ ୨ କ୍ୱିଣ୍ଟାଲ ହରିଣ ମାଂସ ଏବଂ ଏକ ଅଟୋ ଜବତ କରଯାଇଛି । ଏଥିସହିତ ଅଟୋ ଚାଳକ ପ୍ରଣୟ କିଶୋର ନାୟକଙ୍କୁ ବନବିଭାଗ ଗିରଫ କରିଛି । ସୂଚନାନୁସାରେ, ଗତକାଲି ରାତିରେ ନୟାଗଡ଼ ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ପେଟ୍ରୋଲିଂ କରୁଥିବା ସମୟରେ ଲେଙ୍କୁଡ଼ିପଡ଼ା ପଟୁ ଏକ ଅଟୋ ଦ୍ରୁତ ଗତିରେ ଆସୁଥିଲା । ପୁଲିସର ସନ୍ଦେହ ହେବାରୁ ଗାଡ଼ିକୁ ଅଟକା ଯାଇଥିଲା । ଗାଡ଼ିରେ ଗୋ-ମାଂସ ଥିବା ଅଟୋ ଚାଳକ
ବାହାନl ଦେଖାଇଥିଲେ । ପରେ ପୁଲିସ ଯାଞ୍ଚ କରିବା ସମୟରେ ସେଥିରେ ହରିଣ ମାଂସ ଥିବା ଜଣାପଡ଼ିଥିଲା ।ପୁଲିସ ବନଖଣ୍ଡ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାସଂ ଏବଂ ଅଟୋକୁ ଜବତ କରିଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ଏହି ହରିଣ ମାଂସ ଭୁବନେଶ୍ୱର ଚାଲାଣ ହେଉଥିଲା । ଅଟୋ ଚାଳକ ଭୁବନେଶ୍ୱର ପୁରୁଣା ସହର ବାସିନ୍ଦା ବୋଲି ଜଣାଯାଇଛି ।