-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
28-Jul-2021
ଗଞ୍ଜାମ (ଉମା ମହାରଣା) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜକର ଉଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅସାଦାଚରଣ ଅଭିଯୋଗ କରି ପ୍ରଧାନ ଶିକ୍ଷକ ବଳରାମ ବେହେରାକୁ ଘେରିଲେ ଗ୍ରାମବାସୀ l ଆଜି ପ୍ରଧାନ ଶିକ୍ଷକ ବଳରାମ ଗ୍ରାମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ମେଧାବୃତ୍ତି ପରୀକ୍ଷା ସମ୍ବନ୍ଧରେ ଜଣାଇବାକୁ କହି ସ୍କୁଲକୁ ଡାକି ଅସଦାଚରଣ କଲାବେଳେ ଗ୍ରାମବାସୀ ପ୍ରଧାନ ଶିକ୍ଷକ ଙ୍କୁ ଅଟକ ରଖିଥିଲେ l ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ପ୍ରଧାନ ଶିକ୍ଷକ ବଳରାମ ବେହେରାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି l