-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||      ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ

19-Jul-2021



ବଲାଙ୍ଗିର,(ପ୍ରେରଣା ଖବର)- ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଆଦିବାସୀମାନେ ଦାବି କରିଥିଲେ ଯେ କରୋନା କଟକଣା ଜନିତ ଲକଡାଉନ, ସଟଡାଉନ ସମୟରେ ଆଦିବାସୀମାନଙ୍କୁ କର୍ମନିଯୁକ୍ତି ଅଭାବ ଯୋଗୁଁ ଭୋକ ଉପାସରେ ରହୁଛନ୍ତି, ଆର୍ଥିକ ସହାୟତା ମିଳୁନାହିଁ ।  ଛାତ୍ର ଛାତ୍ରୀମାନଙ୍କ ମୋବାଇଲ ନ ଥିବାରୁ ପାଠ ପଢାରୁ ବଂଚିତ ହେଉଛନ୍ତି ତେଣୁ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ମାଗଣାରେ ମୋବାଇଲ ଦିଆଯାଉ । କୋଭିଡ ପ୍ୟାକେଜରେ ପ୍ରତ୍ୟେକ ଆଦିବାସୀ ପରିବାରମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ

କରାଯାଉ । କରୋନା ମହାମାରି ଯୋଗୁଁ  ଆଦିବାସୀମାନଙ୍କ ଅର୍ଥନୈତିକ ସ୍ଥିତି ସମ୍ପୁର୍ଣ୍ଣ ଭାବରେ ଭୁଷୁଡି ଯାଇଛି । ଆଦିବାସୀମାନେ ଘୋର ଆର୍ଥିକ ସଂକଟରେ ଅଛନ୍ତି ।  ତେଣୁ ଚଳିତ ଶିକ୍ଷା ବର୍ଷରେ  ମାଟ୍ରିକ ପାଶ କରିଥିବା ଛାତ୍ର ଛାତ୍ରୀମାନଙ୍କ ସରକାରୀ ବେସରକାରୀ କେଲଜ, ଆଇଟିଆଇ, ଡିପ୍ଲୋମା, ଭୋଗେସନାଲ କଲେଜରେ ଏଡ୍‌ମିସନ ଫିଜ ସମ୍ପୁର୍ଣ୍ଣ ଛାଡ କରାଯାଉ । ବିଅଁରପାଲି ଗ୍ରାମରର ଷଷ୍ଠ ଶ୍ରେଣୀ ଛାତ୍ର ରିଙ୍କୁ କନ୍ଧ (୧୨) ଓ ସପ୍ତମ ଶ୍ରେଣୀ ଛାତ୍ର ଅଙ୍କିତ ଚାଖୁ  (୧୩) କୁ  ନିର୍ଯାତନା ଦେଇଥିବା ଅପରାଧିମାନଙ୍କୁ ସଦରଥାନା କେଶ ନଂ.୨୨୨ ତା.୧୧.୦୭.୨୧ ଆଇ.ପି.ସିର ଦଫା ୩୬୩, ୫୦୬, ୩୪ ଏବଂ ଶିଶୁ ଶ୍ରମିକ ନିରୋଧ ଅଧିନିୟମ ୧୯୮୬ ରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ । ବଲାଙ୍ଗିର ସଦର ଥାନା ଅଧିନସ୍ଥ ତାଳଜୁରି ଗାଁର ମଦନା ବରିହାଙ୍କ ପରିବାର ସଦସ୍ୟମାନଙ୍କୁ ଗାଁରେ ଜମିବାଡି (ଝାଙ୍କରୀ ଜମି) ବିବାଦକୁ ନେଇ ଏକ ଘରକିଆ କରିବା ସହ ଗାଁର ଉଚ୍ଚ ବର୍ଗର ଲୋକମାନେ ଶ୍ରୀମତୀ ବରିହା ପରିବାରକୁ ଗାଁର ସର୍ବସାଧାରଣ ସ୍ଥାନ ଯଥା ରାସ୍ତାଘାଟ, ନିଆଁ, ପାଣି, ଦୋକାନ ବନ୍ଦ କରିଛନ୍ତି । ପିଡିତ ପରିବାର ସହିତ ଗାଁର କୌଣସି ବ୍ୟକ୍ତି କଥାବାର୍ତ୍ତା ନ ହେବାକୁ ଘୋଷଣା କରିଛନ୍ତି । ଯିଏ କଥା ହେବ ୧ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିବାକୁ କଙ୍ଗାରୁ କୋର୍ଟରେ ଘୋଷଣା କରାଯାଇଛି । ଉକ୍ତ ଘଟଣାରେ ଏଟ୍ରୋସିଟି ର ପିଡିତା ପରିବାର ବଲାଙ୍ଗିର ସଦର ଥାନାରେ କେସ କରିଛନ୍ତି । ସଦରଥାନା କେସ ସଂ. ୨୩୩/୨୦୨୧ ତା.୧୧.୦୭.୨୦୨୧ ଆଇପିସିର ଦଫା ୨୯୪/୫୦୬ ଏବଂ ଏସ୍‌ଟି / ଏସ୍‌ସି ନିର୍ଯ୍ୟାତନା ନିବାରଣ ଆଇନ ୨୦୧୫ ଧାରା ୩୧ ଆର ଏସ୍ ରେ ମାମଳା ଦାୟର ହୋଇଛି ତେଣୁ ଅପରାଧିମାନଙ୍କୁ ଗିରଫ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦାବି କରିଛି । ସେହିପରି ସଦରଥାନା ଅଧିନସ୍ଥ ସିଂହାଣିମୁଣ୍ଡା, ମୁରିବାହଲ ଥାନା ଅଧିନସ୍ଥ ସାଲେପଡା, ସଇଁତଲା ଥାନା ଅଧିନସ୍ଥ ଲାଫେର ଗାଁର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଆଦିବାସୀ ସଂଘ ଦାବି କରିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ପିଡିତ ଆଦିବାସୀମାନଙ୍କ ପ୍ରତି ଅବହେଳା, ଉପେକ୍ଷ, ପାତର ଅନ୍ତରନିତି ପ୍ରଶାସନର ଚରମ

ଉଦାସିନତା, ଆଦିବାସୀଙ୍କ ପ୍ରତି ଘୃଣାଭାବ, ସମ୍ବେଦନହୀନ କାର୍ଯ୍ୟକଳାପକୁ ଆଦିବାସୀମାନେ ଘୋର ନିନ୍ଦା କରିଥିଲେ । ପରେ ଆଦିବାସୀ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝି, ଉପ-ସଭାପତି ଶ୍ୟାମ ସୁନ୍ଦର ଭୋଇ, ବ୍ଲକ ସଭାପତି ବଳଦେବ ଭୋଇ, ସନ୍ତୋଷ ପୁଟା, ରାଜିବ କୁଅଁର, ପତରଙ୍ଗ ମାଝି, ଗିରିଧାରୀ ଭୋଇ, ନିତ୍ୟାନନ୍ଦ ମାଝି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆନ୍ଦୋଳନରେ ଦେବସିଙ୍ଗ ମାଝି, କୈଳାସ ପ୍ରଧାନି, ଧିନା ଭୋଇ, ପୁରୁଷୋତ୍ତମ ଧରୁଆ, ପ୍ରଫୁଲ୍ଲ ପ୍ରଧାନୀ, ଥବିର ପୁଝାରି, ଭୁବନ ମାଝି, ଅଚ୍ୟୁତ ଧରୁଆ, ନିରଞ୍ଜନ ମାଝି, ଟଙ୍କଧର ଧରୁଆ, ସ୍ୱତନ୍ତ୍ର କନ୍ଦା, ପଦ୍ମିନୀ ମାଝି, ମାହେଶ୍ୱରୀ ମାଝି, ଚଞ୍ଚଳା ମାଝି, ମଦନା ବରିହା ପ୍ରମୁଖ ସାମିଲ ଥିଲେ ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026
  ଜିଲ୍ଲା  
ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ   08-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   08-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   08-Oct-2026
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026
  ଜିଲ୍ଲା  
ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା   07-Oct-2026

You Might Also Like