-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
19-Jul-2021
ଟିଟିଲାଗଡ, (ପ୍ରେରଣା ଖବର) : ସରକାରୀ ଯୋଜନା ଅନୁଯାୟୀ ପରିଚାଳିତ ଟିଟିଲାଗଡ ଆହାର କେନ୍ଦ୍ରରେ ଖାଦ୍ୟ ଖାଇ ପାଞ୍ଚ ଜଣ ଅସୁସ୍ଥ ହୋଇପଡିଥିବା ଜଣାଯାଇଛି । ଏହି ଆହାର କେନ୍ଦ୍ରରୁ ଟିଟିଲାଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଉକ୍ତ ରୋଗୀ ମଧ୍ୟ ଏହି ଖାଦ୍ୟ ଖାଇଅସୁଛନ୍ତି । ସେହିପରି ଆଖପାଖ ତଥା ଦୁରଦୁରାନ୍ତ ରୁ ଟିଟିଲାଗଡ ଡ଼ାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଏବଂ ଅନେକ ସାଧାରଣ ଲୋକେ ଏହି କେନ୍ଦ୍ର ଉପରେ ନିର୍ଭର କରି ଆସୁଛନ୍ତି । ବିଗତ ଦିନରେ ଏହି ଆହାର କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଦେବା ଅଭିଯୋଗ ହୋଇଆସୁଥିବା ବେଳେ ବିନା ପାରିବାର ଡାଲି ଦେବା, ଆଚାର, ପିଆଜ ଆଦି ନ ଦେବା ଓ ନିମ୍ନ ମାନର ଚାଉଳ ବ୍ୟବହାର କରାଯାଉଛି । ଏ ନେଇ ଜନସେବା ସଙ୍ଗଠନ ତରଫରୁ ବିଭିନ୍ନ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରାଯାଇଛି । ଏ ନେଇ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।