-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
17-Jul-2021
ବୌଦ୍ଧ (ପ୍ରେରଣା ଖବର) :: ଘରେ ପଲିଥିନରେ ବାନ୍ଧି ଜଙ୍ଗଲୀ ସମ୍ବର ମାଂସ ବିକ୍ରି କରୁଥିବା ବେଳେ ମାଡି ବସିଲା ବନବିଭାଗ। ପୁରୁଣାକଟକ ରେଞ୍ଜ ପକ୍ଷରୁ ଚଢ଼ାଉ ୨୫ କେଜି ସମ୍ବର ମାଂସ ଜବତ କରିବା ସହ ଜଣେ ଗିରଫ ହୋଇଛି। ଅଭିଯୁକ୍ତ ହେଲେ ଝାରଖମର ଗାଁର ସନ୍ତୋଷ କୁମାର ସାହୁ। ସୂଚନା ଅନୁଯାୟୀ ଭୋରରୁ ଝାରଖମଣ ଗାଁରେ ସନ୍ତୋଷ ନିଜ ଘରେ ସମ୍ବର ମାଂସ ପଲିଥିନରେ ବାନ୍ଧି ବିକ୍ରି କରୁଥିବା ନେଇ ବନ ବିଭାଗ ଖବର ପାଇଥିଲା!. ବୌଦ୍ଧ ବନ ସଂରକ୍ଷକଙ୍କ ନେତୃତ୍ୱରେ ସନ୍ତୋଷଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସନ୍ତୋଷ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ମାଂସ ପଲିଥିନ ପୁଡ଼ିଆ ଜବତ କରିଛି। ତେବେ ସଂନ୍ତୋଷକୁ ଗିରଫ କରିବା ପରେ ସେ ଶିକାରୀ ନାମ ବଖାଣିଥିଲା। ଏବେ ବନ ବିଭାଗ ମୁଖ୍ୟ ଶିକାରୀ ମାନଙ୍କୁ ଧରିବାକୁ ୱାଲଡ଼ ଲାଇଫ ଓ ପୋଲିସ ସହାୟତା ନେଇ ଧରିବାକୁ ଜାଲ ବିଛାଇଛି!.